Site icon ଆଜିକାଲି

ପୋଲରେ ପିଟିହୋଇ ଜଳିଗଲା ତୀର୍ଥଯାତ୍ରୀ ବସ୍, ୨୦ ମୃତ

ନୂଆଦିଲ୍ଲୀ: ସାଉଦି ଆରବର ମକ୍କା ସହରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପୋଲରେ ପିଟି ହୋଇ ଜଳିଗଲା ତୀର୍ଥଯାତ୍ରୀ ବସ୍ । ଏଥିରେ ୨୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୋଲିସ୍ ସୂଚନା ଅନୁଯାୟୀ, ମୃତକ ତୀର୍ଥଯାତ୍ରୀ ଭିନ୍ନ ଭିନ୍ନ ଦେଶର ବୋଲି ଜଣାପଡ଼ିଛି । ହେଲେ ସେମାନଙ୍କର କୌଣସି ସୂଚନା ମିଳିପାରି ନାହିଁ । ସେହିପରି ବସ୍ ଦୁର୍ଘଟଣା ବ୍ରେଲ୍ ଫେଲ୍ ଯୋଗୁ ହୋଇଛି ବୋଲି ସୂଚନା ମିଳିଛି ।

Exit mobile version