Site icon ଆଜିକାଲି

ବଢ଼ିଲା ପିଏମ ଆବାସ ଅନୁଦାନ ରାଶି, ଏଣିକି ୧.୮ ଲକ୍ଷ ପାଇବେ ହିତାଧିକାରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ (ପିଏମ) ଆବାସ ଯୋଜନାର ଅନୁଦାନ ରାଶି ବୃଦ୍ଧି କରାଯାଇଛି। ପୂର୍ବରୁ ପିଏମ ଆବାସ ନିର୍ମାର ପାଇଁ ହିତାଧିକାରୀଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ଦିଆଯାଉଥିବା ବେଳେ ଏଣିକି ମିଳିବ ୧ ଲକ୍ଷ ୮୦ ହଜାର ଟଙ୍କା। ଏ ନେଇ ଖୁବଶୀଘ୍ର ନିର୍ଦେଶାବଳୀ ଆସିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ସୂଚନା ଦେଇଛନ୍ତି।

ଏହା ସହିତ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଆଇନ(ଏମଜିଏନଆରଇଜିଏ)କୁ ମିଶାଇଲେ ପିଏମ ଆବାସରେ ହିତାଧିକାରୀଙ୍କୁ ମୋଟ ୨ ଲକ୍ଷ ଟଙ୍କା ମିଳିବ। ସେହିପରି ଶୌଚାଳୟ ନିର୍ମାଣ ଅନୁଦାନ ରାଶି ବି ବୃଦ୍ଧି କରାଯିବ। ପୂର୍ବରୁ ଶୌଚାଳୟ ପାଇଁ ୧୨ ହଜାର ମିଳୁଥିଲା। ମାତ୍ର ଏଣିକି ୨୦ ହଜାର ଟଙ୍କା ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

Exit mobile version