Site icon ଆଜିକାଲି

୨୦୦୧ ଭୂକମ୍ପରେ ପୀଡିତଙ୍କ ସ୍ମୃତିରେ ‘ସ୍ମୁତିବନ ସ୍ମାରକୀ’ ସ୍ମାରକ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ଭୁଜ୍‌ : ଗୁଜରାଟର ଭୁଜ୍‌ ନଗରୀ ଉପକଣ୍ଠରେ ‘ସ୍ମୁତିବନ ସ୍ମାରକୀ’କୁ ରବିବାର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୨୦୦୧ରେ ଗୁଜରାଟର କଚ୍‌ ଅଞ୍ଚଳରେ ହୋଇଥିବା ପ୍ରଳୟଙ୍କରୀ ଭୂମିକମ୍ପରେ ପ୍ରାୟ ୧୩, ୦୦୦ ଲୋକଙ୍କ ମୃତ୍ୟୁ ପରେ ଲୋକମାନଙ୍କ ଦ୍ୱାରା ଦେଖାଯାଇଥିବା ସ୍ଥିରତାର ଆତ୍ମାକୁ ପାଳନ କରିବା ପାଇଁ ଏହି ସ୍ମାରକଟି ନିର୍ମାଣ କରାଯାଇଛି । ସେହିପରି ଭୂମିକମ୍ପରେ ପ୍ରାଣ ହରାଇଥିବା ଜନତାଙ୍କ ସ୍ମୃତି ପ୍ରତି ଏହି ସ୍ମାରକୀ ଉତ୍ସର୍ଗ କରିଛନ୍ତି ମୋଦୀ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଲେ ଯେ, ସ୍ମୃତି ବନ ହେଉଛି ଭୂମିକମ୍ପରେ ଜୀବନ ହରାଇଥିବା ଜନସାଧାରଣ ଓ କଚ୍‌ ଜନସାଧାରଣଙ୍କର ଉଲ୍ଲେଖନୀୟ ସଂଗ୍ରାମୀ ଉଚ୍ଛ୍ବାସ ପ୍ରତି ଶ୍ରଦ୍ଧାଞ୍ଜଳି। ଲୋକମାନଙ୍କର ସଂଗ୍ରାମୀ ମନୋଭାବକୁ ପାଳନ କରିବା ଲାଗି ପ୍ରାୟ ୪୭୦ ଏକର ପରିମିତ ଜମିରେ ଏହି ସ୍ମାରକୀ ନିର୍ମାଣ କରାଯାଇଛି। ୨୦୦୧ରେ ସଂଘଠିତ ଉକ୍ତ ଭୂମିକମ୍ପରେ ୧୩,୦୦୦ ଲୋକ ପ୍ରାଣ ହରାଇଥିଲେ। ଏହାର ଉତ୍ପତ୍ତିସ୍ଥଳ ଥିଲା ଭୁଜ୍। ମୃତ ଜନତାଙ୍କ ନାମ ସବୁ ମଧ୍ୟ ସେହି ସ୍ମାରକୀସ୍ଥଳରେ ଉଲ୍ଲେଖ କରାଯାଇଛି।

Exit mobile version