Site icon ଆଜିକାଲି

ମେଟ୍ରୋ ଟ୍ରେନରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଗଲେ ପ୍ରଧାନମନ୍ତ୍ରୀ ମୋଦୀ : ସହଯାତ୍ରୀଙ୍କ ସହ ଗପିଲେ, ହସିଲେ-ମଜାକଲେ

ନୂଆଦିଲ୍ଳୀ : ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭବେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଟିକେଟ ନେଇଥିଲେ ଓ ପୁରା ରେଳବାଇ ନିୟମ ଅନୁଯାୟୀ ଟ୍ରେନରେ ଯାତ୍ରା କରିଥିଲେ । ଟ୍ରେନ ଯାତ୍ରା ସମୟରେ ସହଯାତ୍ରୀଙ୍କ ସହ ମୋଦି ଗପିଥିଲେ ଓ ମଜା କରିଥିଲେ ।

ମେଟ୍ରୋରେ ଯାତ୍ରୀଙ୍କ ସହ ଯାତ୍ରା କରୁଥିବାରୁ ସେ ବହୁତ ଖୁସୀ ବୋଲି ଲେଖିବା ସହ ଯାତ୍ରାର ଫଟୋ ମଧ୍ୟ ସେୟାର କରିଛନ୍ତି । ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ଯିବା ପାଇଁ ମୋଦି ଲୋକ କଲ୍ୟାଣ ମାର୍ଗରୁ ବିଶ୍ୱବିଦ୍ୟାଳୟ ଷ୍ଟେସନ ପର୍ଯ୍ୟନ୍ତ ମେଟ୍ରୋରେ ଯାତ୍ରା କରିଥିଲେ । ଯାତ୍ରାର ଏହି ଫଟୋ ପ୍ରଧାନମନ୍ତ୍ରୀ ତାଙ୍କ ଟ୍ଵିଟର ହାଣ୍ଡେଲରେ ସେୟାର କରିଛନ୍ତି । ଆସନ୍ତାକାଲି ୧୧ଟାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଶତବାର୍ଷିକୀ ସମାରୋହରେ ଯୋଗ ଦେବା ପାଇଁ ଯିବେ ବୋଲି ମଧ୍ୟ ମୋଦି ଟ୍ଵିଟରରେ ଲେଖିଥିଲେ ।

Exit mobile version