Site icon ଆଜିକାଲି

୨୧ରେ ଆମେରିକା ଯିବେ ପ୍ରଧାନମନ୍ତ୍ରୀ ମୋଦୀ, ‘କ୍ବାଡ୍‌’ ବୈଠକରେ ହେବେ ସାମିଲ

ନୂଆଦିଲ୍ଲୀ : ଆମେରିକାରେ ହେବାକୁ ଥିବା କ୍ବାଡ୍‌ ବୈଠକରେ ଯୋଗ ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ଆମେରିକା ଗସ୍ତରେ ଯିବେ। ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ମୋଦୀ ଯୋଗ ଦେବା ସହିତ ମିଳିତ ଜାତିସଂଘ ଅଧିବେଶନକୁ ମଧ୍ୟ ସମ୍ବୋଧିତ କରିବେ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି।

ଭାରତ-ପ୍ରାଶାନ୍ତ କ୍ଷେତ୍ରରେ ରହିଥିବା ବିଭିନ୍ନ ରାଷ୍ଟ୍ରମାନଙ୍କୁ ସହଯୋଗ କରିବା ଲାଗି ଗତ ବର୍ଷ କ୍ବାଡ୍‌ ବୈଠକରେ ହୋଇଥିବା ନିଷ୍ପତ୍ତି ଏବଂ ସେହି ଅନୁସାରେ କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଚଳିତ ବୈଠକରେ ଆଲୋଚନା କରାଯିବା ସହିତ ଆଗାମୀ ଦିନ ପାଇଁ କ୍ବାଡ୍‌ ସଦସ୍ୟ ରାଷ୍ଟ୍ର କଣ ନୂଆ ପଦକ୍ଷେପ ନେବେ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରାଯିବ ବୋଲି କୁହାଯାଇଛି।

Exit mobile version