Site icon ଆଜିକାଲି

ଆଜି ଭାରତ-ବାଂଲାଦେଶ ଫ୍ରେଣ୍ଡସିପ୍ ପାଇପଲାଇନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରଧାନମନ୍ତ୍ରୀ ଶେଖ ହସିନା

ନୂଆଦିଲ୍ଲୀ : ଆଜି ଭାରତ-ବାଂଲାଦେଶ ଫ୍ରେଣ୍ଡସିପ୍ ପାଇପଲାଇନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିବେ। ଶନିବାର ଅପରାହ୍ନ ୫ଟା ସମୟରେ ଏହି ଉଦଘାଟନୀ କାର୍ଯ୍ୟକ୍ରମର ସମୟ ଧାର୍ଯ୍ୟ କରାଯାଇଛି। ପରୀକ୍ଷାମୂଳକ ଭିତ୍ତିରେ ଭାରତରୁ ବାଂଲାଦେଶକୁ ଡିଜେଲ ଯୋଗାଇବା ପାଇଁ ଏହା ନିର୍ମାଣ କରାଯାଇଛି।

୧୩୧.୫ କିଲୋମିଟର ପାଇପଲାଇନ ନିର୍ମାଣ କରିବା ପାଇଁ ୩୭୭ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଯାହା ଜୁନ ମାସ ଠାରୁ ବ୍ୟବହୃତ ହେବ। ୨୦୧୮ରେ ଏହି ପ୍ରକଳ୍ପର ନିର୍ମାଣ ଆରମ୍ଭ ହୋଇଥିଲା। ସମଗ୍ର ବିଶ୍ଵରେ ଦୁଇ ପଡୋଶୀ ଦେଶ ମଧ୍ୟରେ ଏହା ପ୍ରଥମ ଘଟଣା। ଏହି ପ୍ରକଳ୍ପ ପାଇଁ ମୋଟ ମୂଲ୍ୟ ୩୭୭ କୋଟି ଟଙ୍କା ବ୍ୟୟ ହୋଇଥିବାବେଳେ ପାଇପଲାଇନର ବାଂଲାଦେଶ ବିଭାଗର ମୂଲ୍ୟ ୨୮୫ କୋଟି ଟଙ୍କା ରହିଛି । ବିଏଫପିଏଲ ଉତ୍ତର ବାଂଲାଦେଶର ସାତୋଟି ଜିଲ୍ଲାକୁ ବାର୍ଷିକ ୧ ମିଲିୟନ୍ ମେଟ୍ରିକ୍ ଟନ୍ ହାଇ ସ୍ପିଡ୍ ଡିଜେଲ ପରିବହନ କରିବ।

Exit mobile version