Site icon ଆଜିକାଲି

ଆଜି ନିଯୁକ୍ତି ମେଳାରେ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ, ୪୫ଟି ସ୍ଥାନରେ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଦେଶରେ ନିଯୁକ୍ତି ପର୍ବ । ସମସ୍ତଙ୍କୁ ମିଳିବ ସରକାରୀ ସ୍ତରରେ ନିଯୁକ୍ତି ସୁଯୋଗ । ଲକ୍ଷ୍ୟ ପୂରଣ ଦିଗରେ କେନ୍ଦ୍ର ସରକାର । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାକିରି ଆଶାୟୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ । ଏନେଇ ଦେଶର ୪୫ଟି ସ୍ଥାନରେ ବିଶେଷ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଭିଡିଓ କନଫରେନସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ସରକାରୀ ଚାକିରି ପାଇଁ ଚୟନ ହୋଇଥିବା ୫୧ ହଜାରରୁ ଅଧିକ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ।

ସାରା ଦେଶରେ ୧୦ଲକ୍ଷ ଯୁବକଯୁବତୀଙ୍କୁ ସରକାରୀ ସ୍ଥରରେ ନିଯୁକ୍ତି ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ଏପର୍ଯ୍ୟନ୍ତ ଦେଶରେ ପାଞ୍ଚ ଲକ୍ଷ ଚାକିରି ଆଶାୟୀଙ୍କୁ ନିଯୁକ୍ତି ଦିଆଯାଇଛି । ଏଥିରେ ମହିଳା, ଦିବ୍ୟାଙ୍ଗଜନ ଏବଂ ଅଭିଳାଷୀ ଜିଲ୍ଲାର ପ୍ରାର୍ଥୀମାନେ ବିଶେଷ ଲାଭ ପାଉଛନ୍ତି ।

Exit mobile version