Site icon ଆଜିକାଲି

ଫ୍ରାନ୍ସ ପରେ ୟୁଏଇ ଗସ୍ତରେ ମୋଦି, ଆବୁଧାବି ବିମାନବନ୍ଦରରେ ଭବ୍ୟ ସ୍ୱାଗତ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତ ଶେଷ କରିବା ପରେ ୟୁଏଇରେ ପହଞ୍ଚିଛନ୍ତି । ମୋଦି ଆବୁଧାବି ଏୟାରପୋର୍ଟରେ ପହଞ୍ଚିବା ପରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ମୋଦି ଏହି ସମୟରେ ୟୁଏଇର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାଏଦଙ୍କୁ ସାକ୍ଷାତ କରିଥିଲେ । ମୋଦିଙ୍କ ୟୁଏଇ ଗସ୍ତରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ହୋଇପାରେ ବୋଲି ଖବର ମିଳିଛି ।

ମୋଦିଙ୍କ ନେତୃତ୍ୱରେ ଶକ୍ତି, ଖାଦ୍ୟ ନିରାପତ୍ତା ଏବଂ ରକ୍ଷା କ୍ଷେତ୍ରରେ ୟୁଏଇ ରାଷ୍ଟ୍ରପତିଙ୍କ ସହିତ କଥାବାର୍ତ୍ତା ହେବେ । ଏହାଛଡା ଐତିହାସିକ ବ୍ୟାପାର ବୁଝାମଣାରେ ହୋଇଥିବା ପ୍ରଗତିକୁ ନେଇ ସମୀକ୍ଷା କରାଯିବ । ମୋଦି ୨ ଦିନିଆ ଫ୍ରାନ୍ସ ଗସ୍ତ ଶେଷ କରିବା ପରେ ଆବୁଧାବି ପହଞ୍ଚିଛନ୍ତି ।

Exit mobile version