Site icon ଆଜିକାଲି

ବ୍ରାଜିଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜି-୨୦ ସମ୍ମିଳନୀରେ ଯୋଗଦେବେ

ନୂଆଦିଲ୍ଲୀ : ନାଇଜେରିଆ ପରେ ଆଜି ବ୍ରାଜିଲରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତିନୋଟି ଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ବିତୀୟ ଦିନରେ ବ୍ରାଜିଲରେ ପହଞ୍ଚିଛନ୍ତି । ବ୍ରାଜିଲର ରିଓ ଡା ଜାନେରୋରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ଆଜି ୧୯ତମ ଜି୨୦ ସମ୍ମିଳନୀରେ ଯୋଗ ଦେବେ ।

ରିଓ ଡା ଜାନେରୋରେ ଭାରତୀୟ ଦୂତବାସ ସୁରେଶ ରେଡ୍ଡୀ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ତିନୋଟି ଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଦିନରେ ନାଇଜେରିଆ ଗସ୍ତ କରିଥିଲେ । ଦୀର୍ଘ ୧୭ ବର୍ଷ ପରେ ଏହି ପଶ୍ଚିମ ରାଷ୍ଟ୍ର ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ । ପ୍ରଥମେ ନାଇଜେରିଆ ରାଷ୍ଟ୍ରପତି ଟିନୁବୁଙ୍କୁ ସାକ୍ଷାତ କରିଥିଲେ ପ୍ରଧାନମନ୍ତ୍ରୀ । ଉଭୟଙ୍କ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ମଜଭୂତ ଲାଗି ବୈଠକ ହୋଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରିଥିଲେ ।

ବ୍ରାଜିଲରେ ଜି-୨୦ ସମ୍ମିଳନୀରେ ଭାଗ ନେବା ପରେ ଗୁୟାନା ଗସ୍ତ କରିବେ ମୋଦି । ଶେଷ ପର୍ୟ୍ୟାୟରେ ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଗୁୟାନା ଯିବେ । ୫୦ ବର୍ଷ ପରେ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଏହା ତାଙ୍କର ଗସ୍ତ ହେବ ।

Exit mobile version