Site icon ଆଜିକାଲି

ଋଷି ସୁନକଙ୍କ ନୂଆ ମନ୍ତ୍ରୀମଣ୍ଡଳ, ସୁଏଲା ବ୍ରେଭରମ୍ୟାନଙ୍କ କମବ୍ୟାକ

ଲଣ୍ଡନ : ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନିକ । ପଦ ସମ୍ଭାଳିବାର କିଛି ଘଣ୍ଟା ମଧ୍ୟରେ ଆକ୍ସନ ମୁଡରେ ଆସିଛନ୍ତି । ସେ ତାଙ୍କ ନୂଆ କ୍ୟାବିନେଟ ଗଠନ କରିଛନ୍ତି । କ୍ୟାବିନେଟରେ ଏକ ବଡ ପରିବର୍ତ୍ତନ କରିଛନ୍ତି । ତିନିଜଣ ମହିଳାଙ୍କୁ ଦାୟିତ୍ବ ଦେଇଛନ୍ତି ସୁନକ । ସବୁଠୁ ବଡ କଥା ହେଉଛି ଲିଜ ଟ୍ରସଙ୍କ ଇସ୍ତଫାର କିଛି ଦିନ ପୂର୍ବର ବ୍ରିଟେନ ସ୍ବରାଷ୍ଟ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ସୁଏଲା ବ୍ରେଭରମ୍ୟାନ କମବ୍ୟାକ କରିଛନ୍ତି ।

ଋଷି ସୁନକ ତାଙ୍କ ନିଜସ୍ବ ପସନ୍ଦଙ୍କୁ ପଛରେ ପକାଇ କ୍ୟାବିନେଟରେ ଏପରି ଜଣେ ଜଣେ ଚେହେରାଙ୍କୁ ସାମିଲ କରିଛନ୍ତି ଯିଏ ତାଙ୍କୁ ଛାଡି ଅନ୍ୟଙ୍କୁ ସମର୍ଥନ କରିଥିଲେ । କ୍ୟାବିନେଟରେ ସନ୍ତୁଳନ ରକ୍ଷା କରିବାକୁ ପ୍ରୟାସ କରିଛନ୍ତି । ସେ ସମସ୍ତଙ୍କୁ ସାଥୀରେ ନେଇ ଚାଲିବାକୁ ସଙ୍କେତ ଦେଇଛନ୍ତି । ସମସ୍ତଙ୍କ ସହ ମିଶି ବ୍ରିଟନର ବିକାଶ କରିବାକୁ ଚାହୁଁଛନ୍ତି । କ୍ୟାବିନେଟରେ ତିନି ମହିଳାଙ୍କୁ ଦାୟିତ୍ବ ମିଳିଛି । ସୁଏଲା ବ୍ରେଭରମ୍ୟାନ, ପେନ୍ନି ମୋର୍ଡାଣ୍ଟ ଓ ଗିଲିଆନ କିଗାନ ବିଭିନ୍ନ ପଦ ସମ୍ଭାଳିଛନ୍ତି ।

ଋଷି ସୁନକ ତାଙ୍କ କ୍ୟାବିନେଟରେ ବଡ ବଡ ଚେହେରାଙ୍କୁ ସ୍ଥାନ ଦେଇଛନ୍ତି । ହେଲେ ଯାହାଙ୍କୁ ଉପରେ ଅଧିକ ଧ୍ୟାନ ଯାଉଛି ସେ ହେଲେ ସୁଏଲା ବ୍ରେଭରମ୍ୟାନ । ଭାରତୀୟ ବଂଶୋଦ୍ଭବ ସୁଏଲା କିଛି ଦିନ ତଳେ ବ୍ରିଟେନ ସ୍ବରାଷ୍ଟ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ତାଙ୍କୁ ପୁଣି ସ୍ବରାଷ୍ଟ୍ର ମନ୍ତ୍ରୀ କରିଛନ୍ତି ସୁନକ । କିଛି ଦିନ ତଳେ ସେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ଭାରତୀୟ ପ୍ରବାସୀଙ୍କ ଭିଜା ଅବଧି ଶେଷ ହୋଇଗଲେ ମଧ୍ୟ ସେମାନେ ବ୍ରିଟେନରେ ରହିପାରିବେ । ସୁନକ ତାଙ୍କ କ୍ୟାବିନେଟରେ ସୁଏଲାଙ୍କୁ ସାମିଲ କରିଛନ୍ତି । ତାଙ୍କୁ ପୁଣି ଥରେ ସ୍ବରାଷ୍ଟ୍ର ପଦ ଦାୟିତ୍ବ ଦିଆଯାଇଛି ।

Exit mobile version