Site icon ଆଜିକାଲି

ଆଜି ୩ଟି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ତିନୋଟି ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ଆତ୍ମନିର୍ଭର ଭାରତ ସ୍ୱପ୍ନକୁ ସାକାର କରି ଅତ୍ୟାଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ୍ ମିରଟ-ଲକ୍ଷ୍ନୌ, ମଦୁରାଇ – ବେଙ୍ଗାଲୁରୁ ଏବଂ ଚେନ୍ନାଇ – ନାଗରକୋୟଲାର ତିନୋଟି ମାର୍ଗରେ ଯୋଗାଯୋଗରେ ଉନ୍ନତି ଆଣିବ। ମେରଠ ସିଟି – ଲକ୍ଷ୍ନୌ ବନ୍ଦେ ଭାରତ ଯାତ୍ରୀମାନଙ୍କୁ ଦୁଇ ସହର ମଧ୍ୟରେ ବର୍ତ୍ତମାନର ଦ୍ରୁତତମ ଟ୍ରେନ୍ ତୁଳନାରେ ପ୍ରାୟ ୧ ଘଣ୍ଟା କମ ସମୟରେ ପହଞ୍ଚାଇବ। ସେହିଭଳି ଚେନ୍ନାଇ ଏଗମୋର- ନାଗରକୋୟଲ ବନ୍ଦେ ଭାରତ ଏବଂ ମଦୁରାଇ-ବେଙ୍ଗାଲୁରୁ ବନ୍ଦେ ଭାରତ ଟ୍ରେନ୍ ଯଥାକ୍ରମେ ୨ ଘଣ୍ଟାରୁ ଅଧିକ ଏବଂ ପ୍ରାୟ ୧ ଘଣ୍ଟା ୩୦ ମିନିଟ୍ ସଞ୍ଚୟ କରି ଯାତ୍ରା କରିବ। ଏହି ନୂତନ ବନ୍ଦେ ଭାରତ ଟ୍ରେନ୍ ଉତ୍ତର ପ୍ରଦେଶ, ତାମିଲନାଡୁ ଏବଂ କର୍ଣ୍ଣାଟକକୁ ସେବା ପ୍ରଦାନ କରିବ।

Exit mobile version