Site icon ଆଜିକାଲି

ଆଜି ଗୁଜୁରାଟରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ପିଏମ୍


ନୂଆଦିଲ୍ଲୀ : ଆଜି ଗୁଜରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୪ ହଜାର ୪୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମେ ପୂର୍ବାହ୍ନ ସାଢ଼େ ୧୦ଟାରେ ଗାନ୍ଧିନଗରରେ ଅଖିଳ ଭାରତୀୟ ଶିକ୍ଷା ସଂଘ ଅଧିବେଶନରେ ଅଂଶଗ୍ରହଣ କରିବେ । ଏହାପରେ ମଧ୍ୟାହ୍ନ ୧୨ଟାରେ ବିଭିନ୍ନ ପ୍ରକଳ୍ପର ମୂଳଦୁଆ ପକାଇବେ ପ୍ରଧାନମନ୍ତ୍ରୀ ।

ଏଥିରେ ନଗର ଉନ୍ନୟନ ବିଭାଗ, ଜଳ ଯୋଗାଣ ବିଭାଗ, ସଡକ ଏବଂ ପରିବହନ ବିଭାଗ ଏବଂ ଖଣି ଏବଂ ଖଣିଜ ବିଭାଗର ପ୍ରକଳ୍ପ ଗୁଡ଼ିକ ଅନ୍ତର୍ଭୁକ୍ତ ରହିଛି। ପ୍ରଧାନମନ୍ତ୍ରୀ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ପ୍ରକଳ୍ପର ମଧ୍ୟ ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ଯୋଜନା ଅଧୀନରେ ନିର୍ମିତ ପ୍ରାୟ ୧୯ ହଜାର ଘରର ଗୃହ ପ୍ରବେଶରେ ଅଂଶଗ୍ରହଣ କରିବେ ମୋଦି ।

ଏହି କାର୍ଯ୍ୟକ୍ରମ ସମୟରେ ସେ ଏହି ଯୋଜନାର ହିତାଧିକାରୀଙ୍କୁ ଚାବି ହସ୍ତାନ୍ତର କରିବେ । ଏହି ପ୍ରକଳ୍ପ ଗୁଡିକର ମୋଟ ଖର୍ଚ୍ଚ ପ୍ରାୟ ୧ ହଜାର ୯୫୦ କୋଟି ଟଙ୍କା ରହିଛି । ଅପରାହ୍ନ ୩ଟାରେ ଗିଫ୍ଟ ସିଟି ପରିଦର୍ଶନ କରିବା ସହ ବିଭିନ୍ନ ଚାଲୁ ରହିଥିବା ପ୍ରକଳ୍ପର ସ୍ଥିତି ସମୀକ୍ଷା କରିବେ ମୋଦି ।

Exit mobile version