Site icon ଆଜିକାଲି

ପୋଲ ଦୁର୍ଘଟଣା : ଆଜି ମୋରବି ଯିବେ ପ୍ରଧାନମନ୍ତ୍ରୀ

ସରକାର ମୃତକଙ୍କ ସମ୍ପର୍କୀୟଙ୍କୁ ଛଅ ଲକ୍ଷ ଟଙ୍କାର ସହାୟତା ଦେବାକୁ କଲେ ଘୋଷଣା

ଅମ୍ମଦାବାଦ : ମୌରବୀର ଝୁଲା ପୋଲ ହଠାତ୍ ଛିଣ୍ଡିଯିବାରୁ ନଦୀରେ ବହୁ ଲୋକଙ୍କ ମୃତ୍ୟୁରେ ଗଭୀର ସମ୍ବେଦନା ବ୍ୟକ୍ତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ମୌରବୀ ଯିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୃତକଙ୍କ ସମ୍ପର୍କୀୟ ଏବଂ ଆହତଙ୍କ ସହିତ ସାକ୍ଷାତ ମଧ୍ୟ କରିବେ । ସୋମବାର ଦିନ ଏହି ସମ୍ବନ୍ଧରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଜାରି ଏକ ବୟାନରେ କୁହାଯାଇଛି ଯେ ସୋମବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଦୋପହର ପରେ ହସ୍ପିଟାଲରେ ଆହତଙ୍କ ଭଲମନ୍ଦ ବୁଝିବେ ଏବଂ ମୃତକଙ୍କ ପରିବାର ସହିତ ସାକ୍ଷାତ କରି ସମ୍ବେଦନା ମଧ୍ୟ ଜଣାଇବେ ।

ବ୍ରିଟିଶ ଅମଳର ଏହି ପାଦ ଚଲା ପୋଲ ଛିଡିବା ଘଟଣାରେ ପିଏମ ମୋଦୀ ଦୁଃଖ ପ୍ରକାଶ କରିଥିଲେ । ଏହାସହ ମୃତକଙ୍କ ପରିବାର ପ୍ରତି ନିଜ ସମବେଦନା ଜଣାଇଥିଲେ । ପିଏମ ମୋଦୀ ଭାବୁକ ସ୍ୱରରେ କହିଥିଲେ, ‘ମୁଁ ଏକତା ନଗରରେ ଅଛି, କିନ୍ତୁ ମୋର ମନ ମୋରବି ପୀଡିତଙ୍କ ସହ ଅଛି । ସମ୍ଭବତଃ ମୁଁ ଜୀନବରେ ଏହିପରି କଷ୍ଟ କେବେ ଅନୁଭବ କରିଥିବି । ଗୋଟିଏ ପଟେ ଯନ୍ତ୍ରଣାରେ ଥିବା ମନ ତ ଅନ୍ୟପଟେ କର୍ତ୍ତବ୍ୟ ପଥ । ଦୁଃଖର ଏହି ସମୟରେ ଶୋକ ସନ୍ତପ୍ତ ପରିବାର ସହ ସରକାର ଛିଡା ହୋଇଛନ୍ତି । କେନ୍ଦ୍ର ସରକାର ରାଜ୍ୟକୁ ସବୁ ସମ୍ଭବ ସହାୟତା ପ୍ରଦାନ କରୁଛି’।

ଦୁର୍ଘଟଣା ପରେ ମଚ୍ଛୁ ନଦୀ ଉପରେ ନିର୍ମିତ ସସ୍ପେନଶନ ବ୍ରିଜର ମରାମତି କାମ କରୁଥିବା ଓରେଭା କମ୍ପାନି ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି । ଓରେଭା କମ୍ପାନି ଏବଂ ଦାୟୀ ଅଫିସରଙ୍କ ବିରୋଧରେ ଆଇପିସି ଧାରା ୩୦୪, ୩୦୮ ଏବଂ ୧୧୪ ଅଧିନରେ ମାମଲା ରୁଜୁ କରାଯାଇଛି । ଏହି ମାମଲାରେ ମୋରବି ପୋଲିସ ଏବଂ ଗୁଜରାଟ ଏଟିଏସ କମ୍ପାନିର ୯ ଜଣ କର୍ମଚାରୀଙ୍କୁ ହେପାଜତକୁ ନେଇଛି ।

Exit mobile version