Site icon ଆଜିକାଲି

ହରିୟାଣାରେ ମତଦାନ ୬୬.୯୬%, ୮ରେ ଗଣତି

ନୂଆଦିଲ୍ଲୀ : ନିର୍ବାଚନ ଆୟୋଗ ଜାରି କରିଥିବା ଚୂଡ଼ାନ୍ତ ତଥ୍ୟ ଅନୁଯାୟୀ ହରିୟାଣାରେ ୬୬.୯୬% ମତଦାନ ହୋଇଛି। ଫତେହାବାଦ ଜିଲ୍ଲାରେ ସର୍ବାଧିକ ୭୪.୫୧ ପ୍ରତିଶତ ମତଦାନ ହୋଇଥିବା ବେଳେ ଫରିଦାବାଦ ଜିଲ୍ଲାରେ ସର୍ବନିମ୍ନ ୫୫.୪୬% ମତଦାନ ହୋଇଛି। ଅକ୍ଟୋବର ୮ ତାରିଖରେ ଭୋଟ୍ ଗଣତି ହେବ।

ହରିୟାଣାରେ ମତଦାନ ପରେ କଡ଼ା ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗରୁମରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ରଖାଯାଇଥିଲା। ସାଧାରଣ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଷ୍ଟ୍ରଙ୍ଗରୁମରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ରଖାଯାଇଥିଲା। ଷ୍ଟ୍ରଙ୍ଗରୁମ୍ ଗୁଡ଼ିକୁ ସିଲ୍ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ମଧ୍ୟ ଉପସ୍ଥିତ ଥିଲେ। ମୁଖ୍ୟ ନିର୍ବାଚନ ଅଧିକାରୀ ପଙ୍କଜ ଅଗ୍ରୱାଲଙ୍କ ସୂଚନା ଅନୁଯାୟୀ, ଇଭିଏମଗୁଡ଼ିକୁ ତିନି ସ୍ତରୀୟ ସୁରକ୍ଷାରେ ରଖାଯାଇଛି। ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ର ସୁରକ୍ଷା ପାଇଁ ହରିୟାଣା ପୁଲିସ ସହ ଅର୍ଦ୍ଧସାମରିକ ବାହିନୀ ମଧ୍ୟ ମୁତୟନ କରାଯାଇଛି। ସିସିଟିଭି ଜରିଆରେ ଷ୍ଟ୍ରଙ୍ଗରୁମ୍ ଉପରେ ମଧ୍ୟ ନଜର ରଖାଯାଉଛି। ଏବେ ଅକ୍ଟୋବର ୮ ତାରିଖ ଗଣତି ଦିନ ଷ୍ଟ୍ରଙ୍ଗରୁମରୁ ଇଭିଏମ୍ ମେସିନ୍ ବାହାର କରାଯିବ।

Exit mobile version