Site icon ଆଜିକାଲି

ନୂଆ ନାମ ପାଇଲା ପୋର୍ଟବ୍ଲେୟାର, ଶ୍ରୀବିଜୟପୁରମ ଭାବେ ନାମିତ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ବଦଳିଲା ଆଣ୍ଡାମାନ ନିକୋବର ରାଜଧାନୀ ପୋର୍ଟବ୍ଲେୟାରର ନାମ। ଶ୍ରୀବିଜୟପୁରମ ଭାବେ ନାମିତ କଲେ କେନ୍ଦ୍ର ସରକାର। ଏଣିକି ପୋର୍ଟବ୍ଲେୟାର ବଦଳରେ ଶ୍ରୀବିଜୟପୁରମ ଭାବେ ପରିଚିତି ଲାଭ କରିବ। ଆଜିଠାରୁ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେୟାର ନାମ ବଦଳିଛି। ଆଜି କେନ୍ଦ୍ର ସରକାରଙ୍କ ପୋର୍ଟବ୍ଲେୟାର ନାମକୁ ଶ୍ରୀବିଜୟପୁରମ ବୋଲି ଘୋଷଣା କରିଛନ୍ତି। ଏଣିକି ପୋର୍ଟବ୍ଲେୟାର ଶ୍ରୀବିଜୟପୁରମ ନାମରେ ପରିଚୟ ହାସଲ କରିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

ଦେଶକୁ ଔପନିବେଶିକ ଛାପରୁ ବାହାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଖିଥିବା ସ୍ୱପ୍ନକୁ ପୂରଣ କରିବା ଉଦ୍ଦେଶ୍ୟରେ ପୋର୍ଟବ୍ଲେୟାରର ନାମ ପରବିର୍ତ୍ତନ କରାଯାଇ ଶ୍ରୀବିଜୟପୁରମ ଭାବେ ନାମିତ କରାଯାଇଛି ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି।

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି, ଶ୍ରୀବିଜୟପୁରମ ଆମ ସ୍ୱାଧୀନତା ସଂଗ୍ରାମ ଓ ଇତିହାସରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଳଙ୍କୃତ କରିଥିଲା। ପୂର୍ବରୁ ଥିବା ନାମ ଔପନିବେଶିକ ଛାପକୁ ଦର୍ଶାଉଥିଲା। ଶ୍ରୀବିଜୟପୁରମ ସ୍ୱାଧୀନତା ସଂଗ୍ରାମରେ ଆମେ ପାଇଥିବା ବିଜୟର ପ୍ରତୀକ। ସ୍ୱାଧୀନତା ସଂଗ୍ରାମରେ ଆଣ୍ଡାମାନ ନିକୋବର ସ୍ୱତନ୍ତ୍ର ଭୂମିକା ଗ୍ରହଣ କରିଥିଲା ବୋଲି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପ୍ରକାଶ କରିଛନ୍ତି।

Exit mobile version