Site icon ଆଜିକାଲି

ନେଦରଲ୍ୟାଣ୍ଡ ବିପକ୍ଷରେ ସମ୍ଭାବ୍ୟ ଭାରତ ଏକାଦଶ

ସିଡନୀ : ଟି-୨୦ ବିଶ୍ୱକପରେ ଭାରତୀୟ ଦଳ ଆଜି ନେଦରଲ୍ୟାଣ୍ଡ ବିପକ୍ଷରେ ଦ୍ୱିତୀୟ ମ୍ୟାଚ୍ ଖେଳିବ । ଉଭୟ ଦଳ ସିଡନୀର ଐତିହାସିକ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ । ଏହି ଟୁର୍ଣ୍ଣାମେଣ୍ଟରେ ଲଗାତର ଦ୍ୱିତୀୟ ବିଜୟ ଉପରେ ଭାରତର ନଜର ରହିଛି । ଟିମ୍ ଇଣ୍ଡିଆ ଗତ ମ୍ୟାଚରେ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରିଥିଲା । ଅଧିନାୟକ ରୋହିତ ଶର୍ମା ଏହି ମ୍ୟାଚରେ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରନ୍ତି କି ନାହିଁ ତାହାକୁ ନେଇ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି । ଭାରତ ପ୍ରଥମ ଥର ପାଇଁ ଟି -୨୦ ଫର୍ମାଟରେ ନେଦରଲ୍ୟାଣ୍ଡକୁ ଭେଟିବ । ଏହାପୂର୍ବରୁ ଭାରତୀୟ ଦଳ ନେଦରଲ୍ୟାଣ୍ଡ ବିପକ୍ଷରେ ଦୁଇଟି ଏକଦିବସୀୟ ମ୍ୟାଚ୍ ଖେଳି ସାରିଛି । ୨୦୦୩ ଓ ୨୦୧୧ ବିଶ୍ୱକପରେ ଟିମ୍ ଇଣ୍ଡିଆ ନେଦରଲ୍ୟାଣ୍ଡକୁ ପରାସ୍ତ କରିଥିଲା । ଯଦି ସିଡନୀରେ ଭାରତୀୟ ଦଳ ନେଦରଲ୍ୟାଣ୍ଡ ବିପକ୍ଷରେ ଜିତେ, ତେବେ ସେମିଫାଇନାଲକୁ ପହଞ୍ଚିବା ବାଟ୍ ସହଜ ହେବ । ଦୁଇଟି ମ୍ୟାଚ୍‌ରେ ଭାରତ ୪ ପଏଣ୍ଟ ପାଇବ ।

ସେପଟେ ନେଦରଲ୍ୟାଣ୍ଡ ଦଳ ସୁପର-୧୨ରେ ପ୍ରଥମ ଥର ପାଇଁ ବିଜୟ ହାସଲ କରିବା ପାଇଁ ମୈଦାନକୁ ଓହ୍ଲାଇବ । ସେ ଶେଷ ମ୍ୟାଚରେ ବାଂଲାଦେଶ ଠାରୁ ଦ୍ୱାରା ପରାସ୍ତ ହୋଇଥିଲା । ନେଦରଲ୍ୟାଣ୍ଡ ପ୍ରଥମ ରାଉଣ୍ଡରେ ୟୁଏଇ ଓ ନାମିବିଆ ବିପକ୍ଷରେ ଜିତିଥିଲା । କିନ୍ତୁ ତାକୁ ଶ୍ରୀଲଙ୍କା ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ସେ ତିନୋଟି ମ୍ୟାଚରେ ଦୁଇଟି ବିଜୟ ସହ ସୁପର-୧୨ ପାଇଁ ଯୋଗ୍ୟତା ଅର୍ଜନ କରିଛି ।

ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ :

ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ (ୱିକେଟ କିପର), ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ଶାମି, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ ।

ନେଦରଲ୍ୟାଣ୍ଡର ସମ୍ଭାବ୍ୟ ଏକାଦଶ :

ସ୍କଟ୍ ଏଡୱାର୍ଡସ୍ (ଅଧିନାୟକ), ବିକ୍ରମଜିତ୍ ସିଂ, ମ୍ୟାକ୍ସ ଓଡ, କଲିନ୍ ଆକରମ୍ୟାନ୍, ଟମ୍ କପୁର୍, ବ୍ୟାସ୍ ଡି ଲିଡ୍, ରୋଲୋଫ୍ ଭାନ୍ ଡେର୍ ମେରୱେ, ଲୋଗାନ୍ ଭାନ୍ ବେକି, ଟିମ୍ ପ୍ରିଙ୍ଗଲେ, ପଲ୍ ଭାନ୍ ମେକେରେନ୍, ଫ୍ରେଡ୍ କ୍ଲାସେନ୍ ।

Exit mobile version