Site icon ଆଜିକାଲି

ଦିଲ୍ଲୀ ଡେପୁଟି ମେୟର ପଦ ବି ହାତେଇଲା ଆପ୍, ଜିତିଲେ ମହମ୍ମଦ ଇକବାଲ

ନୂଆଦିଲ୍ଲୀ : ଦିଲ୍ଲୀ ଏମସିଡିରେ ଆମ୍ ଆଦମୀ ପାର୍ଟି (ଆପ୍)ର ଦବଦବା । ମେୟର ପରେ ଡେପୁଟି ମେୟର ପଦ ବି ହାତେଇଲା ଆପ୍ । ଆପ୍‌ର ଶୈଲୀ ଓବରୟ ମେୟର ନିର୍ବାଚିତ ହୋଇଥିବା ବେଳେ ଆଲେ ମହମ୍ମଦ ଇକବାଲ ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି ।

ଡେପୁଟି ମେୟର ନିର୍ବାଚନ ପାଇଁ ମୋଟ ୨୬୫ ଭୋଟ୍‌ ପଡ଼ିଥିଲା। ସେଥିମଧ୍ୟରୁ ୨ଟି ଭୋଟକୁ ରଦ୍ଦ କରାଯାଇଥିଲା। ଡେପୁଟି ମେୟର ନିର୍ବାଚନରେ ​​ଆଲେ ମହମ୍ମଦ ୧୪୭ ଭୋଟ୍ ପାଇଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଜେପିର କମଲ ବାଗଡିଙ୍କୁ ମାତ୍ର ୧୧୬ ଭୋଟ୍ ମିଳିଥିଲା । ଆପ୍ ପ୍ରାର୍ଥୀ ଇକବାଲ ବିଜେପୀ ପ୍ରାର୍ଥୀ କମଲଙ୍କୁ ୩୧ ଖଣ୍ଡ ଭୋଟ୍‌ରେ ହରାଇ ବିଜୟୀ ହୋଇଛନ୍ତି।

ଏହାପୂର୍ବରୁ ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ଶେଲି ଓବେରୟ ମେୟର ନିର୍ବାଚନ ଜିତିଥିଲେ। ସେ ବିଜେପିର ରେଖା ଗୁପ୍ତାଙ୍କୁ ହରାଇଥିଲେ । ମେୟର ପଦ ପାଇଁ ନିର୍ବାଚନରେ ​​ଶେଲି ଓବେରୟ ୧୫୦ ଭୋଟ୍ ପାଇଥିଲେ । ବିଜେପି ପ୍ରାର୍ଥୀ ରେଖା ଗୁପ୍ତାଙ୍କ ସପକ୍ଷରେ ୧୧୬ ଭୋଟ୍ ପଡ଼ିଥିଲା ।

Exit mobile version