Site icon ଆଜିକାଲି

ଆସିଲା ବ୍ୟବଛେଦ ରିପୋର୍ଟ : ଜୀବନ ବଞ୍ଚାଇବାକୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ ମହିଳା ଡାକ୍ତର

ନୂଆଦିଲ୍ଲୀ : କଲକାତା ଆର.ଜି. କର ଡାକ୍ତରଖାନାରେ ୩୧ ବର୍ଷୀୟା ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବାବେଳେ ସୋମବାର ପୀଡ଼ିତାଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ କିପରି ନିର୍ମମ ଭାବେ ହତ୍ୟା କରାଯାଇଛି ତାହା ରିପୋର୍ଟରେ ଦର୍ଶାଯାଇଛି। ପୀଡ଼ିତା ଅଭିଯୁକ୍ତ କବଳରୁ ନିଜ ଜୀବନ ବଞ୍ଚାଇବାକୁ ଶେ​‌ଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ ବୋଲି ରିପୋର୍ଟରୁ ଅନୁମାନ କରାଯାଉଛି।

ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ, ମହିଳାଙ୍କ ଶରୀରରେ ୧୪ ସ୍ଥାନରେ କ୍ଷତ ଚିହ୍ନ ରହିଛି। ତାଙ୍କ ମୁଣ୍ଡ, ମୁହଁ, ବେକ, ହାତ ଏବଂ ଯୌନାଙ୍ଗରେ ଗଭୀର କ୍ଷତ ଥିବା ଦର୍ଶାଯାଇଛି। ଶ୍ଵାସରୁଦ୍ଧ ଯୋଗୁ ପୀଡ଼ିତାଙ୍କ ମୃତ୍ୟୁ ଘଟିଛି। ବଳପୂର୍ବକ ତାଙ୍କ ସହିତ ଦୁଷ୍କର୍ମ କରାଯାଇଛି। ଏହାବ୍ୟତୀତ ନାକ, କାନ୍ଧରେ ଆଘାତ ଲାଗିଛି। ବେକରେ କ୍ଷତ ଚିହ୍ନ ଥିବାରୁ ପୀଡ଼ିତା ଅଭିଯୁକ୍ତଙ୍କ କବଳରୁ ରକ୍ଷା ପାଇବା ପାଇଁ ବହୁ ଉଦ୍ୟମ କରିଛନ୍ତି। କିନ୍ତୁ ଶେଷରେ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଛାତିରେ ଆଘାତ ଯୋଗୁ ଫୁସଫୁସରେ ରକ୍ତ ଜମାଟ ବାନ୍ଧିଥିବା ଜଣାପଡ଼ିଛି।

Exit mobile version