Site icon ଆଜିକାଲି

ଅନ୍ଧାରରେ ପାକିସ୍ତାନ, ଦେଶର ବହୁ ଅଞ୍ଚଳକୁ ବିଦ୍ୟୁତ୍ ଯୋଗାଣ ବିଚ୍ଛିନ୍ନ

ଇସଲାମାବାଦ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ଲୋକଙ୍କୁ ଆଉ ଏକ ଝଟକା । ସୋମବାର ସକାଳୁ ସକାଳୁ ହଠାତ୍ ବନ୍ଦ ହୋଇଗଲା ବିଦ୍ୟୁତ୍ ସେବା । ଦେଶର କ୍ୱେଟା, ଲାହୋର, କରାଚି ସମେତ ଦେଶର ବହୁ ସହରରେ ଅନ୍ଧାର ଛାଇ ଯାଇଛି । ଫଳରେ ବିଭିନ୍ନ ଅଫିସ ଓ ଅନ୍ୟାନ୍ୟ କାର୍ଯ୍ୟ ସବୁ ବନ୍ଦ ରହିଥିବା ଜଣାପଡ଼ିଛି ।

ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଶକ୍ତି ମନ୍ତ୍ରଣାଳୟ କହିଛି ଯେ ନ୍ୟାସନାଲ ଗ୍ରୀଡ୍ର ସିଷ୍ଟମର ଫ୍ରିକ୍ୱେନ୍ସି ପ୍ରେସର କମ୍ ହୋଇଯିବାରୁ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଛି । ବିଦ୍ୟୁତ୍ ସେବା ସ୍ବାଭାବିକ କରିବା ପାଇଁ ଉଦ୍ୟମ ଜାରି ରହିଛି । ଦେଶର‌ ଏକ ପ୍ରମୁଖ ସହର କରାଚିରେ ମଧ୍ୟ ସମ୍ପ୍ରତି ୯୦ ପ୍ରତିଶତ ଅଞ୍ଚଳ ଅନ୍ଧାରରେ ଥିବା ଜଣାପଡ଼ିଛି ।

Exit mobile version