Site icon ଆଜିକାଲି

ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା, ୧ କୋଟି ପରିବାରଙ୍କୁ ମିଳିବ ମାଗଣାରେ ବିଦ୍ୟୁତ୍‌

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଦ୍ୱାରା ଅନେକ ଯୋଜାନା କାର୍ଯ୍ୟକାରୀ କରାଯାଉଛି, ଯାହା ଦ୍ୱାରା ଅନେକ ଲୋକ ଲାଭ ପାଉଛନ୍ତି । ଏହି ଯୋଜନାଗୁଡ଼ିକ ମଧ୍ୟରୁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା ଅନ୍ୟତମ । ଏହି ଯୋଜନା ଦ୍ୱାରା ଦେଶର ୧ କୋଟି ଘରର ଛାତ ଉପରେ ଲଗାଯିବ ରୁଫଟପ୍‌ ସୋଲାର ପ୍ୟାନେଲ୍‌ । ତେବେ ନିକଟରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନାର ସମସ୍ତ ତଥ୍ୟ ଧୀରେ ଧୀରେ ସାମ୍ନାକୁ ଆସୁଛି ।

ପ୍ରକାଶ ପାଇଥିବା ସୂଚନା ଅନୁସାରେ ଏହି ଯୋଜନା ଦ୍ୱାରା ଲୋକମାନେ ନିଜ ଘରର ଛାତ ଉପରେ ସୋଲାର ପ୍ୟାନେଲ ଲଗାଇବା ପାଇଁ ସରକାରଙ୍କଠାରୁ ଅଧିକ ସବସିଡି ପାଇବେ । ଲୋକମାନେ ଗୋଟିଏ ଟଙ୍କା ଖର୍ଚ୍ଚ ନକରି ମଧ୍ୟ ନିଜ ଛାତ ଉପରେ ବିଦ୍ୟୁତ୍‌ ଉତ୍ପାଦନ କରିପାରିବେ ।

Exit mobile version