Site icon ଆଜିକାଲି

ପ୍ରସାର ଭାରତୀର ସିଇଓ ହେଲେ ଗୌରବ ଦ୍ବିବେଦୀ

ନୂଆଦିଲ୍ଲୀ : ପ୍ରସାର ଭାରତୀର ନୂଆ ସିଇଓ ହେଲେ ବରିଷ୍ଠ ଆଇଏଏସ ଅଧିକାରୀ ଗୌରବ ଦ୍ବିବେଦୀ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇଏଏସ୍‌ ଅଧିକାରୀ ଗୌରବ ଦ୍ବିବେଦୀଙ୍କୁ ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତି ଦେଇଛନ୍ତି । ଆଗାମୀ ୫ ବର୍ଷ ପାଇଁ ଦ୍ବିବେଦୀ ଏହି ଦାୟିତ୍ବଭାର ସମ୍ଭାଳିବେ । ଏନେଇ ସୋମବାର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବିବୃତ୍ତି ଜରିଆରେ ସୂଚନା ଦିଆଯାଇଛି ।

ଗୌରବ ଦ୍ବିବେଦୀ ୧୯୯୫ ବ୍ୟାଚର ଛତିଶଗଡ କ୍ୟାଡରର ଆଇଏଏସ ଅଫିସର ଅଟନ୍ତି । ଉତ୍ତରପ୍ରଦେଶ ବସ୍ତି ଜିଲ୍ଲାରେ ତାଙ୍କର ଘର । ଗୌରବ ଦ୍ବିବୀଦେ ବର୍ତ୍ତମାନ ସରକାରଙ୍କ ନାଗରିକ ଯୋଗାଯୋଗ ପ୍ଲାଟଫର୍ମ MyGovIndiaର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଭାବେ କାର୍ଯ୍ୟରତ ଅଛନ୍ତି । ସେ କେରଳ, ମଧ୍ୟପ୍ରଦେଶ ଓ ଛତିଶଗଡ ପ୍ରମୁଖ ରାଜ୍ୟରେ କାର୍ଯ୍ୟ କରିଛନ୍ତି । ଏହାସହିତ ସେ ମସୁରୀ ସ୍ଥିତ ଆଇଏଏସ୍‌ ଟ୍ରେନିଂ ଏକାଡେମୀର ଫ୍ୟାକଲ୍ଟି ମେମ୍ବର ମଧ୍ୟ ରହିଥିଲେ ।

Exit mobile version