Site icon ଆଜିକାଲି

ଭାରତକୁ ନାଟୋ ପ୍ଲସରେ ସାମିଲ ନେଇ ଆମେରିକା ସିନେଟରେ ପ୍ରସ୍ତୁତି

ନୂଆଦିଲ୍ଲୀ: ନାଟୋ ପ୍ଲସରେ ସାମିଲ ହେବ ଭାରତ । ଆମେରିକା ସିନେଟରେ ବିଧେୟକ ଆଣିବାକୁ ଚାଲିଛି ପ୍ରସ୍ତୁତି । ଆମେରିକା ବରିଷ୍ଠ ସାଂସଦ ମାର୍କ ଓ୍ବାର୍ନର କହିବା ଅନୁଯାୟୀ, ଭାରତକୁ ନାଟୋ ପ୍ଲସରେ ସାମିଲ କରିବାକୁ ବିଲ୍ ଉପସ୍ଥାପନ କରିବାକୁ ଯୋଜନା ଚାଲୁଛି । ଏହା ଫଳରେ ଦକ୍ଷିଣ ଏସିଆରେ ଚୀନକୁ ଚେକ୍ ଦେଇ ହେବ । ଆମେରିକାର ଉଦ୍ୟୋଗୀ ଏବଂ ପ୍ରତିରକ୍ଷା ଉପକରଣ ସ୍ଥାନାନ୍ତରିତ କରିବାରେ ହେଉଥିବା କ୍ଷତିକୁ ଦୂର କରାଯାଇପାରିବ ବୋଲି ମାର୍କ ଓ୍ବାର୍ନର କହିଛନ୍ତି ।

ଉତ୍ତର ଆଟଲାଣ୍ଟିକ୍ ସନ୍ଧି ସଂଗଠନ ନାଟୋ ପ୍ଲସ୍ ଏକ ସୁରକ୍ଷା ସଂସ୍ଥା । ଯାହା ପ୍ରତିରକ୍ଷା ଏବଂ ଗୁଇନ୍ଦା ସମ୍ବଦ୍ଧକୁ ବିକାଶ ଦିଗରେ ଆଗେଇ ନେଇଥାଏ ନାଟୋ ଓ ୫ ଦେଶ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଜାପାନ, ଇସ୍ରାଏଲ୍ ଏବଂ ଦକ୍ଷିଣ କୋରିଆ ।

Exit mobile version