Site icon ଆଜିକାଲି

ଟି-୨୦ ବିଶ୍ଵକପ୍ ବିଜୟ ପରେ ଭାରତୀୟ ଦଳକୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଦ୍ଵିତୀୟଥର ଟି-୨୦ ଚାମ୍ପିୟନ ହେବା ପରେ ଦଳ ପାଇଁ ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହ ବହୁ ବିିଶିଷ୍ଠ ବ୍ୟକ୍ତିବିଶେଷ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି।

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲେଖିଛନ୍ତି , ଭାରତୀୟ ଦଳକୁ ବହୁତ୍ ଅଭିନନ୍ଦନ। ଦଳ ହାର ମାନିନଥିଲା। ଏବଂ କଠିନ ପରିସ୍ଥିତିର ସଫଳତାର ସମ୍ମୁଖୀନ ହୋଇ ବିଜୟ ଟିକା ପିନ୍ଧିପାରିଛି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇ ଲେଖିଛନ୍ତି ଏହି ମ୍ୟାଚ୍ ଐିତିହାସିକ। ଆମ ଦଳ ବିଶ୍ଵକପ୍ ସ୍ଵଦେଶ ଆଣୁଛି। ଭାରତୀୟ କ୍ରିକେଟ୍ ଦଳ ପାଇଁ ମୁଁ ବହୁତ୍ ଗର୍ବିତ।

FacebookTwitterLinkedinWhatsapp
Exit mobile version