Site icon ଆଜିକାଲି

ନୂଆ ସିଜେଆଇ ଭାବେ ଜଷ୍ଟିସ ଚନ୍ଦ୍ରଚୂଡଙ୍କୁ ନିଯୁକ୍ତ କଲେ ରାଷ୍ଟ୍ରପତି, ନଭେମ୍ବର ୯ରୁ ନେବେ ଦାୟିତ୍ଵ


ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି ଜଷ୍ଟିସ ଡି. ଓ୍ବାଇ. ଚନ୍ଦ୍ରଚୂଡ଼ । ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କୁ ନୂଆ ସିଜେଆଇ ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନଭେମ୍ବର ୯ ରୁ ଦାୟିତ୍ବ ନେବେ ଜଷ୍ଟିସ ଚନ୍ଦ୍ରଚୂଡ଼ । କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ ଏନେଇ ସୂଚନା ଦେଇଛନ୍ତି । ଜଷ୍ଟିସ ଚନ୍ଦ୍ରଚୂଡ ସୁପ୍ରିମକୋର୍ଟର ୫୦ତମ ପ୍ରଧାନ ବିଚାରପତି ହେବେ । ଜଷ୍ଟିସ ୟୁ. ୟୁ ଲଳିତଙ୍କ ସ୍ଥାନ ନେବେ ଜଷ୍ଟିସ ଚନ୍ଦ୍ରଚୂଡ ।

Exit mobile version