Site icon ଆଜିକାଲି

ଆଜିଠୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୪ ଦିନିଆ ଓଡ଼ିଶା ଗସ୍ତ

ଭୁବନେଶ୍ୱର : ଆଜିଠୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୪ ଦିନିଆ ଓଡ଼ିଶା ଗସ୍ତ । ମୟୂରଭଞ୍ଜ, କେନ୍ଦୁଝର, କଟକ, ଭୁବନେଶ୍ବର, ବ୍ରହ୍ମପୁର ଓ ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ଆଜି ବାୟୁସେନାର ସ୍ଵତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀରୁ ଝାଡ଼ଖଣ୍ଡର ରାଞ୍ଚି ବିମାନ ବନ୍ଦର ପହଞ୍ଚି କିଛି କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି । ଏଠାରୁ ବାୟୁସେନାର ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ବାହାରି ଅପରାହ୍ନ ୨ଟା ୨୦ ମିନିଟରେ ଶୁକୃଳି ସ୍ଥିତ ପାଣ୍ଡରଶିଳ ଫୁଟବଲ ପଡ଼ିଆରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ । ପ୍ରଥମେ ଖିଚିଂ ସ୍ଥିତ ମା’ କୀଚକେଶ୍ଵରୀଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବେ ମହାମହିମ ।

ମନ୍ଦିର କମିଟି ପକ୍ଷରୁ ୨୦୨୩ ମସିହା ଡିସେମ୍ବର ୨୮ ତାରିଖରେ ଇ-ମେଲ ଯୋଗେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରାଯାଇଥିଲା । ଅନୁରୋଧ ରଖିଥିବାରୁ ରାଷ୍ଟ୍ରପତିଙ୍କ ଆଗମନକୁ ଅତ୍ୟନ୍ତ ଉତ୍ସାହ ସହକାରେ ଅପେକ୍ଷାରେ ରହିଛନ୍ତି ଅଞ୍ଚଳବାସୀ । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୫୦ଜଣ ପୋଲିସ ଅଧିକାରୀ ସମେତ ୨୩ପ୍ଲାଟୁନ ସୁରକ୍ଷା ବଳ ନିୟୋଜିତ ହୋଇଛନ୍ତି । ମା’ କିଚକେଶ୍ବରୀଙ୍କ ଦର୍ଶନ ପରେ ଅପରାହ୍ନ ୪.୩୦ ମିନିଟରେ ରାଇରଙ୍ଗପୁର ଦାଣ୍ଡବୋଷ ସ୍ଥିତ ହେଲିପ୍ୟାଡରେ ଅବତରଣ କରିବେ ମହାମହିମ । ରାଇରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟ ପାର୍ଶ୍ବରେ ହେବାକୁ ଥିବା “ହଲି ଡେ ହୋମ”ର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ମହାମହିମ । ଆସନ୍ତାକାଲି ରାଷ୍ଟ୍ରପତିଙ୍କ କେନ୍ଦୁଝର ଗସ୍ତ କାର୍ଯ୍ୟକ୍ରମ ରହିଛି ।

Exit mobile version