Site icon ଆଜିକାଲି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମସ୍ଥାନକୁ ଗଡ଼ିବ ପ୍ରଥମ ପାସେଞ୍ଜର ଟ୍ରେନ୍

ଭୁବନେଶ୍ୱର: ଓଡ଼ିଶା ପାଇଁ ରେଳବାଇ ମଞ୍ଜୁର କରିଥିବା ଚାରି ନୂଆ ଟ୍ରେନ ମଧ୍ୟରୁ ତିନୋଟି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାକୁ ମିଳିଛି । ଏହି ଚାରି ନୂଆ ଟ୍ରେନ୍ ହେଲା କୋଲକାତା (ଶାଲିମର) -ବାଦାମପାହାଡ-କୋଲକାତା (ଶାଲିମାର) ସାପ୍ତାହିକ ଏକ୍ସପ୍ରେସ, ବାଦାମପାହାଡ-ରାଉରକେଲା-ବାଦାମପାହାଡ ସାପ୍ତାହିକ ଏକ୍ସପ୍ରେସ, ରାଉରକେଲା-ଟାଟାନଗର-ରାଉରକେଲା (ସପ୍ତାହରେ ୬ ଦିନ) ଏବଂ ଟାଟାନଗର-ବାଦାମପାହାଡ-ଟାଟାନଗର (ସପ୍ତାହରେ ୬ ଦିନ) ।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, “ ପ୍ରଥମ ଥର ପାଇଁ ଟାଟା-ବାଦାମପାହାଡ ମାର୍ଗରେ ମେଲ୍ / ଏକ୍ସପ୍ରେସ ଟ୍ରେନ କନେକ୍ଟିଭିଟି ହେବ।

ସେ କହିଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମ ସ୍ଥାନ ରାଇରଙ୍ଗପୁର ଏବଂ ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ ଏବେ ମେଲ୍ ଓ ଏକ୍ସପ୍ରେସ ଟ୍ରେନ୍ ପାଇବ। ଏହି ଅଞ୍ଚଳର ଲୋକଙ୍କ ଏହା ଦୀର୍ଘ ଦିନର ଦାବି ଥିଲା ବୋଲି ବୈଷ୍ଣବ କହିଛନ୍ତି ।

ସେ କହିଛନ୍ତି, ଏହି ନୂଆ ଟ୍ରେନ୍ ସ୍ଥାନୀୟ ଲୋକଙ୍କ ଆଶା ପୂରଣ କରିବ, ସ୍ଥାନୀୟ ଅର୍ଥନୀତିକୁ ପ୍ରୋତ୍ସାହିତ କରିବ, ଆଦିବାସୀ ଅଞ୍ଚଳର ବିକାଶରେ ସହାୟକ ହେବ ଓ ଆକାଂକ୍ଷା ଜିଲ୍ଲାକୁ ଅତିରିକ୍ତ କନେକ୍ଟିଭିଟି ଯୋଗାଇବ। ଖୁବ ଶୀଘ୍ର ଏହି ଟ୍ରେନ୍ ଚଳାଚଳ ଆରମ୍ଭ ହେବ ବୋଲି ରେଳମନ୍ତ୍ରୀ କହିଛନ୍ତି।

Exit mobile version