Site icon ଆଜିକାଲି

ଦେଶବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଇଂରାଜୀ ନୂଆ ବର୍ଷ। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇଛନ୍ତି।

ରାଷ୍ଟ୍ରପତି ଟ୍ବିଟ୍ କରି ନୂଆବର୍ଷ ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି, ୨୦୨୩ ବର୍ଷ ଆମ ଜୀବନରେ ନୂତନ ପ୍ରେରଣା, ଲକ୍ଷ୍ୟ ଏବଂ ସଫଳତା ଆଣୁ । ଆସନ୍ତୁ ଆମେ ଦେଶର ଏକତା, ଅଖଣ୍ଡତା ଏବଂ ସମାବେଶୀ ବିକାଶରେ ନିଜକୁ ପୁନଃ ସମର୍ପିତ କରିବାକୁ ସଂକଳ୍ପ କରିବା। ”

ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି ଲେଖିଛନ୍ତି, ନୂଆବର୍ଷ ଆଶା, ସୁଖ ଏବଂ ସଫଳତା ଭରା ହେଉ | ସମସ୍ତେ ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତ ହୁଅନ୍ତୁ ।

Exit mobile version