Site icon ଆଜିକାଲି

ଆପ୍‌ ସରକାରକୁ ବରଖାସ୍ତ ପାଇଁ ବିଜେପି ବିଧାୟକଙ୍କ ଚିଠି, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଦିଲ୍ଲୀର କ୍ଷମତାସୀନ ଆମ ଆଦମୀ ପାର୍ଟି(ଆପ୍‌) ସରକାରକୁ ବରଖାସ୍ତ କରିବା ପାଇଁ ବିଜେପି ବିଧାୟକମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି। ସରକାରକୁ ବରଖାସ୍ତ କରିବା ପାଇଁ ବିଜେପି ବିଧାୟକମାନେ ଦେଇଥିବା ଚିଠି ପାଇବା ପରେ ରାଷ୍ଟ୍ରପତି ମୁର୍ମୁ ଏହାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପାଖକୁ ପଠାଇ ଦେଇଛନ୍ତି। ଏହା ଉପରେ ବିଚାର କରିବା ପାଇଁ ରାଷ୍ଟ୍ରପତି ମୁର୍ମ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ କହିଥିବା ଜଣାପଡ଼ିଛି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲରେ ଥିବାରୁ ଏବେ ସାମ୍ୱିଧାନିକ ସଙ୍କଟ ଦେଖାଯାଇଛି ଓ ପ୍ରଶାସନିକ କାର୍ଯ୍ୟରେ ବିଳମ୍ବ ହେଉଛି। ତେଣୁ ଆପ୍‌ ସରକାରଙ୍କୁ ତୁରନ୍ତ ବରଖାସ୍ତ କରାଯାଉ ବୋଲି ବିଜେପି ବିଜେପି ପକ୍ଷରୁ ରାଷ୍ଟ୍ରପତିଙ୍କୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି। ରାଷ୍ଟ୍ରପତି ମୁର୍ମୁ ଏହି ଚିଠିକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିକଟକୁ ପଠାଇବା ପରେ ଚିହିଁକି ଉଠିଛି ଆପ୍‌।

ଆପ୍‌ ପକ୍ଷରୁ ବିଜେପିକୁ ତୀବ୍ର ସମାଲୋଚନା କରାଯାଇଛି। ଦିଲ୍ଲୀର କ୍ୟାବିନେଟ ମନ୍ତ୍ରୀ ଆତିଶୀ ଅଭିଯୋଗ କରିଛନ୍ତି ଯେ ବିଜେପି ପଛ ଦ୍ୱାରରେ କେଜ୍ରିୱାଲ ସରକାରକୁ ହଟାଇବାକୁ ଚାହୁଁଛି। ଆସନ୍ତା ବର୍ଷର ବିଧାନସଭା ନିର୍ବାଚନରେ ନିଶ୍ଚିତ ପରାଜୟକୁ ଟାଳିବା ପାଇଁ ବିଜେପି ଏପରି ଷଡ଼ଯନ୍ତ୍ର କରୁଛି ବୋଲି ସେ କହିଛନ୍ତି।

Exit mobile version