Site icon ଆଜିକାଲି

ଜନ୍ମମାଟିରେ ମହାମହିମ: ଆଜି ୩ଟି ନୂତନ ଟ୍ରେନ ଓ ଅନ୍ୟାନ୍ୟ ପ୍ରକଳ୍ପର ଶୁଭାରମ୍ଭ କରିବେ ରାଷ୍ଟ୍ରପତି

ମୟୂରଭଞ୍ଜ : ଜନ୍ମମାଟିରେ ମହାମହିମ। ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତର ଆଦି ଦ୍ବିତୀୟ ଦିନ । ଆଜି ପାହାଡପୁର ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗତକାଲି ରାତିରେ ମହୁଲଡ଼ିହା ସ୍ଥିତ ନିଜ ବାସଭବନରେ ରାତ୍ରିଯାପନ କରିଥିଲେ । ଆଜି ପାହାଡ଼ପୁର ଓ ବାହାଡପୁର ଯିବେ ରାଷ୍ଟ୍ରପତି । ସକାଳୁ ନିଜ ବାସଭଭନରୁ ବାହାରି ଶ୍ବଶୁର ଘର ପାହାଡପୁର ଗାଁକୁ ଯିବେ । ଏଲ ଆଣ୍ଡ ଟି ର ଦକ୍ଷତା ବିକାଶ କେନ୍ଦ୍ରର ଶୁଭାରମ୍ଭ କରିବେ। ପରେ ଏସଏଲଏସ ସ୍କୁଲ ପରିଦର୍ଶନ କରି ବାଦାମପାହାଡ଼ ଗସ୍ତ କରିବେ। ବାଦାମପାହାଡ଼ ରେଳ ଷ୍ଟେସନରେ ୩ଟି ନୂତନ ଟ୍ରେନ ଓ ଅନ୍ୟାନ୍ୟ ପ୍ରକଳ୍ପର ଶୁଭାରମ୍ଭ କରିବେ ରାଷ୍ଟ୍ରପତି।

ବାଦାମପାହାଡ-ଟାଟାନଗର ମେମୁ, ବାଦାମପାହାଡ-ରାଉରଲେକା ସାପ୍ତାହିକ ଏକ୍ସପ୍ରେସ ଓ ବାଦାମପାହାଡ-ଶାଲିମାର ସାପ୍ତାହିକ ଏକ୍ସପ୍ରେସର ପତାକା ଦେଖାଇ ଶୁଭାରମ୍ଭ କରିବେ ରାଷ୍ଟ୍ରପତି । ବାଦାମପାହାଡ ରେଲୱେ ଷ୍ଟେସନର ପୁର୍ନବିକାଶର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହାପରେ ବାଦାମପାହାଡରୁ ଟ୍ରେନ୍ ଯୋଗେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି । ଏହି କାର୍ଯ୍ୟକ୍ରମରେ ତାଙ୍କ ସହ ରାଜ୍ୟପାଳ ରଘୁବର ଦାସ, ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିବେ । ମୟୂରଭଞ୍ଜ ଗସ୍ତ ସାରି ଅପରାହଣରେ ସମ୍ବଲପୁର ଅଭିମୁଖେ ଯିବେ ମହାମହିମ ।

Exit mobile version