Site icon ଆଜିକାଲି

ଆଜିଠୁ ରାଷ୍ଟ୍ରପତିଙ୍କ ତିନି ଦିନିଆ ଆସାମ ଗସ୍ତ

ଗୌହାଟି : ଆଜିଠାରୁ ତିନି ଦିନିଆ ଆସାମ ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ସେଠାରେ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ କେତେକ କାର୍ଯ୍ୟକ୍ରମରେ ଭାଗ ନେବେ ।

ସୂଚନା ଯେ, ରାଷ୍ଟ୍ରପତି ମୁର୍ମୁ ୭ ଅପ୍ରେଲ ଶୁକ୍ରବାର କାଜୀରଂଗା ରାଷ୍ଟ୍ରୀୟ ଉଦ୍ୟାନରେ ଆୟୋଜିତ ଗଜ ଉତ୍ସବ ୨୦୨୩ର ଉଦ୍‌ଘାଟନ କରିବେ । ଏହା ପରେ ଗୌହାଟିରେ ମାଂଉଟ କଂଚନଜଂଗା ଅଭିଯାନ ୨୦୨୩କୁପତାକା ଦେଖାଇ ସ୍ୱାଗତ କରିବେ । ଉକ୍ତଦିନ ସେ ଗୌହାଟିରେ ଗୌହାଟି ହାଇକୋଟର ୭୫ ବର୍ଷ ପୁରା ହେବା ଅବସରରେ ଆୟୋଜିତ ଏକ ସମାରୋହରେ ଭାଗ ନେବେ । ୮ ତାରିଖ ଶନିବାରରେ ରାଷ୍ଟ୍ରପତି ତେଜପୁର ବାୟୁସେନା ଷ୍ଟେସନରେ ସୁଖୋଇ-୩୦ ଏମ୍‌ କେ ଆଇ ବିମାନ ଯୋଗେ ଦିଲ୍ଲୀ ଫେରିଆସିବାର ଯୋଜନା ରହିଛି । ମହାମହୀମ ରାଷ୍ଟ୍ରପ୍ତଙ୍କ ଗସ୍ତ କାର୍ଯ୍ୟକ୍ରମକୁ ନେଇ ରାଜ୍ୟ ପ୍ରଶାସନ ସହ ପୋଲିସ ବିଭାଗ ସଜାଗ ରହିଥିବାର ଜଣାପଡ଼ିଛି ।

Exit mobile version