Site icon ଆଜିକାଲି

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘୋଷଣା, ଦେଶରେ ଅଛନ୍ତି ୩,୧୬୭ ବାଘ

ମହୀଶୂର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ବାଘ ସଂଖ୍ୟା ନେଇ ସଦ୍ୟତମ ତଥ୍ୟ ଜାରି କରିଛନ୍ତି । ୨୦୨୨ ସୁଦ୍ଧା ଭାରତରେ ବାଘ ସଂଖ୍ୟା ୩,୧୬୭ ରେକର୍ଡ କରାଯାଇଛି ବୋଲି ମୋଦୀ ଆଜି ଏଠାରେ ଘୋଷଣା କରିଛନ୍ତି।

ତଥ୍ୟ ଅନୁଯାୟୀ, ଦେଶରେ ବାଘ ସଂଖ୍ୟା ୨୦୦୬ରେ ୧୪୧୧ ଥିଲା, ଯାହା ୨୦୧୦ରେ ୧୭୦୬କୁ ବୃଦ୍ଧି ପାଇଥିଲା । ୨୦୨୪ରେ ଏହି ସଂଖ୍ୟା ବୃଦ୍ଧି ପାଇ ୨୨୨୬ ହୋଇଥିଲା। ୨୦୧୮ରେ ୨୯୬୭ ଏବଂ ୨୦୨୨ରେ ବାଘ ସଂଖ୍ୟା ୩୧୬୭ ରେକର୍ଡ କରାଯାଇଥିଲା ।

ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀ ‘ଇଣ୍ଟରନ୍ୟାସନାଲ ବିଗ୍ କ୍ୟାଟ୍ ଆଲାଏନ୍ସ (ଆଇବିସିଏ) ମଧ୍ୟ ଆରମ୍ଭ କରିଛନ୍ତି। ବାଘ ଓ ସିଂହ ସମେତ ବିଶ୍ୱର ‘ବିଗ୍ କ୍ୟାଟ୍’ ପରିବାରର ୭ଟି ପ୍ରମୁଖ ପ୍ରଜାତିର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ଆଇବିସିଏ ଲକ୍ଷ୍ୟ ରଖିଛି।

ମୋଦୀ ‘ଅମୃତ କାଳର ଟାଇଗର ଭିଜନ’ ଶୀର୍ଷକ ଏକ ପୁସ୍ତକ ମଧ୍ୟ ଉନ୍ମୋଚନ କରିଛନ୍ତି, ଯେଉଁଥିରେ ଆସନ୍ତା ୨୫ ବର୍ଷ ମଧ୍ୟରେ ଦେଶରେ ବାଘ ସଂରକ୍ଷଣ ନେଇ ଯୋଜନା ସମ୍ପର୍କରେ ଦର୍ଶାଯାଇଛି।

Exit mobile version