Site icon ଆଜିକାଲି

ରାମ ମନ୍ଦିର ନିର୍ମାଣ କରିଥିବା ଶ୍ରମିକଙ୍କ ଉପରେ ଫୁଲ ପକାଇ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଯାଇଛି । ପିଏମ୍‌ ମୋଦି ମୁଖ୍ୟ ଯଜମାନ ରୂପେ ସମସ୍ତ ଅନୁଷ୍ଠାନ କ୍ରିୟା ବିଧି ବିଧାନର ସହ ପୂରା କରିଥିଲେ । ମୋଦି କମଳ ଫୁଲରେ ପୂଜାର୍ଚ୍ଚନା କରିବା ପରେ ଭଗବାନ ରାମଙ୍କ ବାଳସ୍ୱରୂପ ମୂର୍ତ୍ତି ଦର୍ଶନ କରିଥିଲେ । ଏହାପରେ ରାମଲାଲାଙ୍କ ଚରଣରେ ସାଷ୍ଟାଙ୍ଗ ପ୍ରମାଣ କରିଥିଲେ ।

ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ଏକ ବିଶେଷ କାର୍ଯ୍ୟ କରିିଥିଲେ, ଯଦ୍ଦ୍ଵାରା ସେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ । ପିଏମ୍‌ ମୋଦି ରାମ ମନ୍ଦିର ନିର୍ମାଣ କାର୍ଯ୍ୟରେ ସାମିଲ ସମସ୍ତ ଶ୍ରମିକଙ୍କ ଉପରେ ଫୁଲ ବର୍ଷା କରିଥିଲେ ।

ଶ୍ରମିକମାନଙ୍କୁ ଚୌକିରେ ବସାଯାଇଥିଲା । ଏଠାରେ ମୋଦି ଶ୍ରମିକମାନଙ୍କୁ ଭେଟିବା ପାଇଁ ପହଞ୍ଚିଥିଲେ । ସେ ଜଣ ଜଣ କରି ସମସ୍ତ ଶ୍ରମିକଙ୍କ ଉପରେ ଫୁଲ ପକାଇଥିଲେ । ଏହି ସମୟର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ।

ପ୍ରାଣ ପ୍ରତିଷ୍ଠା ପରେ ପ୍ରଧାନମନ୍ତ୍ରୀ ମନ୍ଦିର ନିର୍ମାଣର ସହାୟକ ଶ୍ରମିକମାନଙ୍କୁ ଭେଟିଥିଲେ ଏବଂ ସେମାନଙ୍କ ଉପରେ ଫୁଲ ବର୍ଷା କରିଥିଲେ । ଏହି ଅବସରରେ ସେ ଶ୍ରମିକମାନଙ୍କୁ କୃତଜ୍ଞତା ଜଣାଇବା ସହ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version