Site icon ଆଜିକାଲି

କର୍ଣ୍ଣାଟକରେ ବିଜୟ ପାଇଁ କଂଗ୍ରେସକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜୟ ନେଇ କଂଗ୍ରେସ ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି, “କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜୟ ପାଇଁ କଂଗ୍ରେସ ଦଳକୁ ଅଭିନନ୍ଦନ। ଲୋକଙ୍କ ଆକାଂକ୍ଷା ପୂରଣ କରିବା ପାଇଁ ସେମାନଙ୍କୁ ମୋ ଶୁଭେଚ୍ଛା |

ପ୍ରଧାନମନ୍ତ୍ରୀ କହିଛନ୍ତି, କର୍ଣ୍ଣାଟକ ନିର୍ବାଚନରେ ଆମକୁ ଯେଉଁମାନେ ସମର୍ଥନ କରିଥିଲେ ସେମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ବିଜେପି କର୍ମୀଙ୍କ କଠିନ ପରିଶ୍ରମକୁ ମୁଁ ପ୍ରଶଂସା କରୁଛି। ଭବିଷ୍ୟତରେ ଆମେ ଆହୁରି ଉତ୍ସାହର ସହ କର୍ଣ୍ଣାଟକର ସେବା କରିବୁ |

ବୃହତ ବିଜୟ ସହ କଂଗ୍ରେସ କର୍ଣ୍ଣାଟକରେ ସରକାର ଗଢ଼ିବାକୁ ଯାଉଛି । ନିର୍ବାଚନ ଆୟୋଗର ସଦ୍ୟତମ ତଥ୍ୟ ଅନୁଯାୟୀ, ୨୨୪ଟି‌ ଆସନ ମଧ୍ୟରୁ କଂଗ୍ରେସ ଏଯାବତ୍ ୧୦୩ଟି ସିଟ୍ ଜିତି ସାରିଥିବାବେଳେ ୩୩ଟି ଆସନରେ ଆଗୁଆ ରହିଛି। ବିଜେପି ୫୦ଟି ଆସନ ଜିତିଛି ଏବଂ ୧୪ଟିରେ ଆଗୁଆ ରହିଛି। କଂଗ୍ରେସକୁ ଏପର୍ଯ୍ୟନ୍ତ ୪୩.୧୧ ପ୍ରତିଶତ ଭୋଟ୍ ମିଳିଛି ।

Exit mobile version