Site icon ଆଜିକାଲି

ପ୍ରକାଶ ସିଂହ ବାଦଲଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଚଣ୍ଡିଗଡ଼ରେ ପହଞ୍ଚି ପଞ୍ଜାବର ଦିବଂଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିରୋମଣି ଅକାଳୀ ଦଳ ଅଧ୍ୟକ୍ଷ ପ୍ରକାଶ ସିଂହ ବାଦଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ବାଦଲଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଶିରୋମଣି ଅକାଳୀ ଦଳ କାର୍ଯ୍ୟାଳୟ ଯାଇଥିଲେ।ପଞ୍ଜାବର ୫ ଥର ମୁଖ୍ୟମନ୍ତ୍ରୀ ୯୫ ବର୍ଷୀୟ ପ୍ରକାଶ ସିଂହ ବାଦଲଙ୍କ ମଙ୍ଗଳବାର ସନ୍ଧ୍ୟା ୮ଟାରେ ମୋହାଲିର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଥିଲା ।

Exit mobile version