Site icon ଆଜିକାଲି

ଆଫ୍ରିକାରୁ ଅଣାଯାଇଥିବା ଚିତାକୁ କୁନୋ ଜାତୀୟ ଉଦ୍ୟାନରେ ଛାଡ଼ିଲେ ପ୍ରଧାନମନ୍ତ୍ରୀ ମୋଦୀ

ଭୋପାଳ: ୭୦ ବର୍ଷ ପରେ ଭାରତୀୟ ଜଙ୍ଗଲକୁ ଫେରିଛି ଚିତା । ଆଫ୍ରିକାରୁ ଅଣାଯାଇଥିବା ୮ଟି ଚିତା ମଧ୍ୟରୁ ଦୁଇଟିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛାଡ଼ିଛନ୍ତି। ଏହା ପୂର୍ବରୁ ଅନ୍ୟ ୬ଟି ଚିତାବାଘକୁ‌ ଏହି ଜାତୀୟ ଉଦ୍ୟାନରେ ଛଡାଯାଇଥିଲା । ଏହି ସମସ୍ତ ଚିତା କୁନୋ ପାର୍କ ଭିତରେ ଏକ ସ୍ୱତନ୍ତ୍ର ବାଡ଼ରେ ରଖାଯାଇଛି | ‘ପ୍ରୋଜେକ୍ଟ ଚିତା’ ଅଧୀନରେ ଆଫ୍ରିକୀୟ ଦେଶ ନାମିବ୍ୟାରୁ ଏହି ୮ ଚିତାକୁ ଆଜି ସକାଳେ ଏକ ସ୍ବତନ୍ତ୍ର ବିମାନରେ ଭାରତ ଅଣାଯାଇଥିଲା | ଆଠ ଚିତା ମଧ୍ୟରୁ ୫ ମାଈ ଓ ୩ ଅଣ୍ଡିରା । ମାଈ ଚିତାଙ୍କ ବୟସ ୨ ରୁ ୫ ବର୍ଷ ବୟସ ହୋଇଥିବାବେଳେ ଅଣ୍ଡିରା ଚିତାଙ୍କ ବୟସ ସାଢ଼େ ଚାରିରୁ ପାଞ୍ଚ ବର୍ଷ ମଧ୍ୟରେ ହେବ | ୧୯୫୨ ମସିହାରେ ଚିତାବାଘକୁ ଭାରତରେ ବିଲୁପ୍ତ ପ୍ରାଣୀ ଘୋଷିତ ହୋଇଥିଲା।

ଭାରତରେ ଚିତା ବଂଶ ବୃଦ୍ଧି ପାଇଁ ‘ପ୍ରୋଜେକ୍ଟ ଚିତା’ ୨୦୦୯ରେ ଆରମ୍ଭ ହୋଇଥିଲା | ଚିତା ଆଣିବା ପାଇଁ ନାମିବ୍ୟା ସରକାରଙ୍କ ସହ ଭାରତ ଏକ ଚୁକ୍ତି ସ୍ୱାକ୍ଷର କରିଥିଲା। ଚିତା ପାଇଁ ୫ ବର୍ଗ କିଲୋମିଟରର ଏକ ସ୍ୱତନ୍ତ୍ର ବାଡ଼ ପ୍ରସ୍ତୁତ କରାଯାଇଛି | ଦକ୍ଷିଣ ଆଫ୍ରିକା ସରକାର ଏବଂ ବନ୍ୟଜନ୍ତୁ ବିଶେଷଜ୍ଞ ସେମାନଙ୍କ ଉପରେ ନଜର ରଖିବେ। ଚିତା ଏଠାରେ ଭାରତୀୟ ଜଳବାୟୁ ସହିତ ଖାପ ଖୁଆଇବା ପାଇଁ ଏକରୁ ତିନି ମାସ ସମୟ ନେଇପାରେ |

Exit mobile version