ନୂଆଦିଲ୍ଲୀ : ୪ ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ରହିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା । ଗତ ସୋମବାର ସେ ନୂଆଦିଲ୍ଲୀରେ ପହଞ୍ଚିବା ପରେ ବୟନଶିଳ୍ପ, ରେଳପଥ ରାଷ୍ଟ୍ରମନ୍ତ୍ରୀ ଦର୍ଶନ ବିକ୍ରମ ଜର୍ଦ୍ଦୋଶ ତାଙ୍କୁ ସ୍ବାଗତ କରିଥିଲେ । ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ଶେଖ ହସିନା । ଆଜି ମୋଦି ଓ ଶେଖ ହସିନାଙ୍କ ମଧ୍ୟରେ ଦେବାକୁ ଥିବା ଭେଟଘାଟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇପାରେ ।
ଏହି ଗସ୍ତରେ ଆଜି ଶେଖ ହସିନା ରାଷ୍ଚ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବ । ଆଲୋଚନାରେ ଦୁଇ ପଡୋଶୀ ରାଷ୍ଟ୍ର ମଧ୍ୟରେ ଲାଗି ରହିଥିଲା ଜଳବଣ୍ଟନ ବିବାଦ ସାମିଲ ହେବ। ସମସ୍ୟାର ସମାଧାନର ବାଟ ବାହାରି ପାରେ । ୨୦୨୧ରେ ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଏବଂ ବାଂଲାଦେଶ ସ୍ବାଧୀନତାର ୫୦ ବର୍ଷ ପୂର୍ତ୍ତୀ କରିଥିଲା। ପ୍ରଧାନମନ୍ତ୍ରୀ ନରେଦନ୍ଦ୍ର ମୋଦି ବାଂଲାଦେଶ ଗସ୍ତ କରିଥିଲେ । ଏହି ସମୟରେ ମଧ୍ୟ ଦ୍ବିପାକ୍ଷିକ ଆଲୋଚନାରେ ଜଳବଣ୍ଟନ ବିବାଦ ସ୍ଥାନିତ ହୋଇଥିଲା । ୨୦୧୯ ଆକ୍ଟୋବରରେ ଶେଷ ଥର ପାଇଁ ଭାରତ ଗସ୍ତରେ ଆସିଥିଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା । ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ୨୦୧୫ରୁ ମୋଟ ୧୨ଥର ଭେଟଘାଟ ହୋଇଛି ।