Site icon ଆଜିକାଲି

ପାଲେଷ୍ଟାଇନ୍‌ ରାଷ୍ଟ୍ରପତି ମହମୁଦ ଅବାସଙ୍କ ସହ ଫୋନ୍‌ରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପାଲେଷ୍ଟାଇନ ରାଷ୍ଟ୍ରପତି ମହମୁଦ ଅବାସଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ଏହି ବାର୍ତ୍ତାଳାପ ସମୟରେ ପିଏମ୍‌ ମୋଦି ଗାଜାର ଅଲ ଅହଲି ହସ୍ପିଟାଲରେ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ନିଜର ସମବେଦନା ଜଣାଇଛନ୍ତି। ପିଏମ୍‌ ମୋଦି ‘ଏକ୍ସ’ରେ ପୋଷ୍ଟ୍‍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ସ୍ପଷ୍ଟ କରିଛନ୍ତି ଯେ ଭାରତ ପାଲେଷ୍ଟାଇନର ଲୋକମାନଙ୍କ ପାଇଁ ଭାରତ ମାନବୀୟ ସହାୟତା ଜାରି ରଖିବ। ଏହାସହିତ ଅଞ୍ଚଳରେ ଆତଙ୍କବାଦ, ହିଂସା ଏବଂ ବିଗିଡ଼ିଥିବା ସୁରକ୍ଷା ସ୍ଥିତି ଉପରେ ମୋଦି ଗଭୀର ଚିନ୍ତା ବ୍ୟକ୍ତ କରିଥିଲେ। ଇସ୍ରାଏଲ୍-ପାଲେଷ୍ଟାଇନ ପ୍ରସଙ୍ଗରେ ଭାରତର ଦୀର୍ଘ ଦିନର ନୀତିଗତ ଆଭିମୁଖ୍ୟକୁ ଦୋହରାଇଥିଲେ ମୋଦି।

Exit mobile version