Site icon ଆଜିକାଲି

ଆଜି ମୁମ୍ବାଇ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ

ମୁମ୍ବାଇ : ଆଜି ୨ଟି ବନ୍ଦେ ଭାରତ ଟ୍ରେନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗୋଟେ ବନ୍ଦେ ଭାରତ ଟ୍ରେନ ମୁମ୍ବାଇରୁ ସାଇନଗର ଶିରିଡିକୁ ଯାତ୍ରା କରିବ ଏବଂ ଅନ୍ୟଟି ମୁମ୍ବାଇରୁ ସୋଲାପୁରକୁ ଯାତ୍ରା କରିବ ବୋଲି ଜଣାପଡ଼ିଛି । ଛତ୍ରପତି ଶିବାଜୀ ମହାରାଜା ଟର୍ମିନସ ପ୍ଲାଟଫର୍ମ ନମ୍ବର-୧୮ରୁ ଏହି ଦୁଇଟି ଟ୍ରେନକୁ ସବୁଜ ପତକା ଦେଖାଇ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ।

ଆଜି ମୁମ୍ବାଇ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ପ୍ରଥମେ ବନ୍ଦେ ଭାରତ ଟ୍ରେନକୁ ସବୁଜ ପତକା ଦେଖାଇ ଉଦଘାଟନ କରିବେ । ଏହାପରେ ସାନ୍ତାକୃଞ୍ଜ-ଚେମ୍ବୁର ଲିଙ୍କ ରୋଡ଼ ଏବଂ କୁରାର ଅଣ୍ଡରପାସର ଅନଲାଇନ ଉଦଘାଟନ କରିବେ । ପରେ ସେ ଶିବାଜୀ ମହାରାଜ ଟର୍ମିନାଲରୁ ଆଇଏନଏସ ଶିକ୍ରା ଯିବେ । ଏହିଠାରୁ ସେ ହେଲିକପ୍ଟର ଜରିଆରେ ମୁମ୍ବାଇ ଏୟାରପୋର୍ଟ ପହଞ୍ଚିବେ । ପୁଣି ପ୍ରଧାନମନ୍ତ୍ରୀ ମୁମ୍ବାଇରୁ ଅପନଗର ମୋରାଲ ଗମନ କରିବେ । ସେ ଅପରାହ୍ନ ୪ଟା ୩୦ମିନିଟ ସମୟରେ ଅଲଜାମିଆ-ତୁସ-ସୈଫିୟାହର ଏକ ନୂତନ ପରିସରର ଉଦଘାଟନ କରିବେ । ଦାଉଦୀ ବୋହରା ସମୁଦାୟର ଉଲଜାମୀଆ-ତୁସ-ସୈଫିୟାହ ପ୍ରମୁଖ ଏକ ଶିକ୍ଷଣୀୟ ସଂସ୍ଥା ଅଟେ । ଏହିସବୁ କାର୍ଯ୍ୟକ୍ରମ ସାରି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରିବାର ତାଲିକା ରହିଛି ।

Exit mobile version