Site icon ଆଜିକାଲି

ଅଷ୍ଟମ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ହାଇଦ୍ରାବାଦ : ଅଷ୍ଟମ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ । ତେଲଙ୍ଗାନାର ସିକନ୍ଦରାବାଦରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ପର୍ଯ୍ୟନ୍ତ ଚାଲିବ ଏହି ଟ୍ରେନ୍ । ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ବିଶାଖାପାଟଣାରୁ ସକାଳ ୫.୪୫ରେ ବାହାରି ଦ୍ବିପ୍ରହର ୧୪.୧୫ରେ ସିକନ୍ଦରାବାଦରେ ପହଞ୍ଚିବ । ସେହିପରି ସିକନ୍ଦରାବାଦରୁ ୧୪.୪୫ ମିନିଟରେ ବାହାରି ରାତି ୨୩.୧୫ରେ ବିଶାଖାପାଟଣାରେ ପହଞ୍ଚିବ ଏହି ଟ୍ରେନ୍ । ଏହା ତେଲେଙ୍ଗାନା ଓ ଆନ୍ଧ୍ରକୁ ଯୋଡ଼ିବାର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ । ଦେଶର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ରାଜଧାନୀରୁ ବାରଣାସୀ ୨୦୧୯ରେ ଆରମ୍ଭ ହୋଇଥିଲା ।

Exit mobile version