Site icon ଆଜିକାଲି

ପୂଜାର୍ଚ୍ଚନା ପରେ ନୂଆ ସଂସଦ ଭବନର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ନୂଆ ସଂସଦ ଭବନର ଲୋକାର୍ପଣ । ପୂଜାର୍ଚ୍ଚନା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନକୁ ଉଦଘାଟନ କରିଛନ୍ତି । ବୈଦିକ ରୀତିନୀତିରେ ହୋମ-ଯଜ୍ଞ ଓ ମନ୍ତ୍ରପାଠରେ ସେଙ୍ଗୋଲ ସ୍ଥାପନା ହେବା ପରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି ।

ତେବେ ନୂଆ ସଂସଦ ଭବନରେ କ’ଣ ଅନେକ ସ୍ୱତନ୍ତ୍ରତା । ମୋଟ ୬୪ ହଜାର ୫୦୦ ବର୍ଗଫୁଟ ଜାଗାରେ ନିର୍ମାଣ କରାଯାଇଛି । ନୂଆ ସଂସଦ ଭବନ ୪ ମହଲା ବିଶିଷ୍ଟ । ୯୭୦ କୋଟି ଟଙ୍କା ବ୍ୟୟରେ ଟାଟା ପ୍ରୋଜକ୍ଟ ଏହି ଭବନ ନିର୍ମାଣ କରିଛି । ସଂସଦ ଭବନ ମଝିରେ ରହିଛି ସ୍ୱାମ୍ବିଧାନିକ ହଲ୍ । ଏଥିରେ ସାଂସଦମାନଙ୍କ ବିଶ୍ରାମ ପାଇଁ ସ୍ୱତନ୍ତ୍ର ବିଶ୍ରାମଘର ରହିଛି । ଅଧିକ ସ୍ଥାନ ପାଇଁ ତ୍ରିଭୁଜ ଆକୃତିରେ ଏହାର ନିର୍ମାଣ କରାଯାଇଛି । ଜାତୀୟ ପକ୍ଷୀ ମୟୁରରୁ ଅନୁପ୍ରେରିତ ହୋଇ ଲୋକସଭା ହଲ୍ ନିର୍ମାଣ କରାଯାଇଛି । ଜାତୀୟ ଫୁଲ ପଦ୍ମରୁ ଅନୁପ୍ରାଣିତ ହୋଇ ରାଜ୍ୟସଭା କକ୍ଷ ତିଆରି ହୋଇଛି ।

ଲୋକସଭାରେ ୮୮୮ ଟି , ରାଜ୍ୟସଭାରେ ୩୪୮ ଟି ଆସନ ରହିଛି । ସବୁ ଆସନ ସମ୍ମୁଖରେ ମଲ୍ଟିମିଡିଆ ଡିସପ୍ଲେ ଲଗାଯାଇଛି । ମିଳିତ ଅଧିବେସନ ପାଇଁ ୧୨୭୨ ଆସନ ବିଶିଷ୍ଟ ନୂଆ କକ୍ଷ ରହିଛି । ଭୂମିକମ୍ପରେ ଗୃହ ସୁରକ୍ଷିତ ରଖିବା ପାଇଁ ସ୍ୱତନ୍ତ୍ର ଶୈଳୀର ଏହାର ନିର୍ମାଣ କରାଯାଇଛି ।

Exit mobile version