Site icon ଆଜିକାଲି

ଆଜି ସଂକଳ୍ପ ସପ୍ତାହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍ ଠାରେ ଶନିବାର ‘ସଂକଳ୍ପ ସପ୍ତାହ’ ନାମକ ଏକ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ‘ସଂକଳ୍ପ ସପ୍ତାହ’ କାର୍ଯ୍ୟକ୍ରମ ଆକାଂକ୍ଷୀ ବ୍ଲକ ପ୍ରୋଗ୍ରାମ (ଏବିପି)ର ପ୍ରଭାବଶାଳୀ କାର୍ଯ୍ୟକାରିତା ସହ ‘ସଂକଳ୍ପ ସପ୍ତାହ’ ଜଡ଼ିତ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପିଏମଓ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ଗତ ଜାନୁୟାରୀ ୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦି ଦେଶବ୍ୟାପୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ନାଗରିକମାନଙ୍କ ଜୀବନଧାରଣର ମାନ ବୃଦ୍ଧି ପାଇଁ ବ୍ଲକ ସ୍ତରରେ ପ୍ରଶାସନରେ ଉନ୍ନତି ଆଣିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଅଟେ । ଦେଶର ୩୨୯ଟି ଜିଲ୍ଲାର ୫୦୦ଟି ଆକାଂକ୍ଷୀ ବ୍ଲକରେ ଏହା କାର୍ଯ୍ୟକାରୀ ହେଉଛି। ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ଓ ପ୍ରଭାବଶାଳୀ ବ୍ଲକ ବିକାଶ ରଣନୀତି ପ୍ରସ୍ତୁତ କରିବା ପାଇଁ ସମଗ୍ର ଦେଶରେ ଗ୍ରାମ ଓ ବ୍ଲକ୍ ସ୍ତରରେ ଚିନ୍ତନ ଶିବିର ଆୟୋଜନ କରାଯାଇଥିଲା। ‘ସଂକଳ୍ପ ସପ୍ତାହ’ ହେଉଛି ଏହି ଚିନ୍ତନ ଶିବିରର ଏକ ସମାପ୍ତି। ଭାରତ ମଣ୍ଡପମଠାରେ ଅନୁଷ୍ଠିତ ହେବାରୁ ଥିବା ଏହି କାର୍ଯ୍ୟକ୍ରମରେ ଦେଶର ପ୍ରାୟ ୩୦୦୦ ପଞ୍ଚାୟତ ତଥା ବ୍ଲକ ସ୍ତରର ଜନ ପ୍ରତିନିଧୀ ତଥା ଅଧିକାରୀମାନେ ଅଂଶଗ୍ରହଣ କରିବେ। ଏହା ବ୍ୟତୀତ ବ୍ଲକ ଓ ପଞ୍ଚାୟତ ସ୍ତରର ଅଧିକାରୀ, କୃଷକ ଓ ଅନ୍ୟାନ୍ୟ କ୍ଷେତ୍ରର ପ୍ରାୟ ଦୁଇ ଲକ୍ଷ ଲୋକ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ସମସ୍ତ ୫୦୦ ଆକାଂକ୍ଷୀ ବ୍ଲକରେ ‘ସଂକଳ୍ପ ସପ୍ତାହ’ ପାଳନ କରାଯିବ। ଅକ୍ଟୋବର ୩ରୁ ଅକ୍ଟୋବର ୯, ୨୦୨୩ ପର୍ଯ୍ୟନ୍ତ ପ୍ରତିଦିନ ‘ସଂକଳ୍ପ ସପ୍ତାହ’ରେ ଏକ ନିର୍ଦ୍ଦିଷ୍ଟ ବିକାଶ ବିଷୟବସ୍ତୁକୁ ସମର୍ପିତ କରାଯାଇଛି, ଯାହା ଉପରେ ସମସ୍ତ ଆକାଂକ୍ଷୀ ବ୍ଲକକାର୍ଯ୍ୟ କରିବେ। ପ୍ରଥମ ଛଅ ଦିନର ବିଷୟବସ୍ତୁ ଗୁଡ଼ିକ ହେଲା ‘ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ’, ‘ସୁପୋଷିତ ପରିବାର’, ‘ସ୍ୱଚ୍ଛତା’, ‘କୃଷି’, ‘ଶିକ୍ଷା’ ଏବଂ ‘ସମୃଦ୍ଧି ଦିବସ’। ସପ୍ତାହର ଶେଷ ଦିନ ଅର୍ଥାତ୍ ଅକ୍ଟୋବର ୯, ୨୦୨୩ ‘ସଂକଳ୍ପ ସପ୍ତାହ – ସମାବେଶ ସମାରୋହ’ ଭାବରେ ସମଗ୍ର ସପ୍ତାହରେ ହୋଇଥିବା କାର୍ଯ୍ୟର ଉତ୍ସବ ହେବ।

Exit mobile version