Site icon ଆଜିକାଲି

୭୨ ବର୍ଷରେ ପାଦ ଥାପିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଜି ୭୨ ବର୍ଷ ହୋଇଯାଇଛି । ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପ୍ରଦେଶ ଗସ୍ତ କରିବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟୋନରେ ଚିତା ବାଘକୁ ଦୀର୍ଘ ୭୦ ବର୍ଷର ବ୍ୟବଧାନ ପରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ଛାଡ଼ିବେ । ଏହି ଚିତାଗୁଡ଼ିକୁ ନାମ୍ବିଆରୁ ଭାରତକୁ ଅଣାଯାଇଛି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଅବସରରେ ସାରା ଦେଶରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ‘ସେବା ପଖୱାଡ଼ା’ ଅଭିଯାନର ଶୁଭାରମ୍ଭ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଅବସରରେ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି । ରାଷ୍ଟ୍ରପତି ସମେତ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ବିଭିନ୍ନ ଦଳର ନେତା-ମନ୍ତ୍ରୀ ଓ ଦେଶବାସୀ ଜନ୍ମଦିନର ଅଭିନନ୍ଦନ ଜଣାଉଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନକୁ ନେଇ ଆଜିଠାରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ବିଜେପି “ସେବା ପାଖୱାଡ଼ା” ଆୟୋଜନ କରୁଛି । ଏହା ଅଧୀନରେ ଦଳ ରକ୍ତଦାନ ଶିବିର ଆୟୋଜନ କରିବ, ସ୍ୱଚ୍ଛତା ଅଭିଯାନ ଚଳାଇବ ଏବଂ “ବିବିଧତା ମଧ୍ୟରେ ଏକତା” ଉତ୍ସବ ପାଳନ କରିବ । ଶୁକ୍ରବାର ଦଳ ମୁଖ୍ୟାଳୟରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂ କହିଛନ୍ତି ଯେ, ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି “ସେବା ପାଖୱାଡ଼ା” ର ମୂଳ ଉଦ୍ଦେଶ୍ୟ ହେଉଛି ଗରିବ, ଶୋଷିତ, ବଞ୍ଚିତଙ୍କ ସୁବିଧା ସୁନିଶ୍ଚିତ କରିବା ଓ ସେମାନଙ୍କ ଜୀବନରେ ଗୁଣାତ୍ମକ ସୁଧାର ଆଣିବା ।

ଆଜି ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ଶ୍ୟୋପୁର ଜିଲ୍ଲାର କରାହାଲରେ ସ୍ୱୟଂ ସହାୟକ ଗୋଷ୍ଠୀର ଏକ ସମ୍ମିଳନୀରେ ଅଂଶଗ୍ରହଣ କରିବେ ଓ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳ ୯.୪୦ରେ ସ୍ୱତନ୍ତ୍ର ବିମାନ ଯୋଗେ ଗ୍ୱାଲିଅରକୁ ଅବତରଣ କରିବେ । ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ସକାଳ ୯.୪୫ରେ କୁନୋ ଜାତୀୟ ଉଦ୍ୟାନକୁ ଯିବେ । ପ୍ରଧାନମନ୍ତ୍ରୀ ଆଜି ସ୍ୱୟଂ ସହାୟକ ଗୋଷ୍ଠୀର ସମ୍ମିଳନୀରେ ଯୋଗଦେବେ ଓ SHGର ମହିଳାମାନଙ୍କ ସହିତ ମଧ୍ୟ ସମ୍ୱାଦ କରିବେ ।

Exit mobile version