Site icon ଆଜିକାଲି

ବାରାଣସୀରୁ ଜିତିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ଜିତିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍ତର ପ୍ରଦେଶର ବାରାଣସୀରୁ ବିଜୟୀ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରାୟ ଦେଢ ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି ମୋଦି । ବିଜୟ ବ୍ୟବଧାନ ପୂର୍ବାପେକ୍ଷା କମିଥିଲେ ବି ପ୍ରଧାନମନ୍ତ୍ରୀ ମୋଦି ବାରାଣସୀରୁ ଜିତିଛନ୍ତି । ନରେନ୍ଦ୍ର ମୋଦିଙ୍କୁ ମୋଟ ୬ ଲକ୍ଷ ୧୨ ହଜାର ୯୭୦ ଖଣ୍ଡ ଭୋଟ ମିଳିଛି । କଂଗ୍ରେସର ଅଜୟ ରାୟଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି ମୋଦି ।
ବିଜ୍ଞାପନ

ଦେଶବ୍ୟାପୀ ଏନଡିଏର ପ୍ରଦର୍ଶନ ଖରାନ ରହିଥିବା ବେଳେ ବଡ ବଡ ଚେହେରା କିନ୍ତୁ ବାଜିମାତ୍‌ କରିଛନ୍ତି । ଗାନ୍ଧି ନଗରରୁ ବିଜୟୀ ହୋଇଛନ୍ତି ଗୃହମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହ । ସେହିଭଳି ଓଡ଼ିଶାରେ ବିଜେପିକୁ ମିଳିଛି ଅପୂର୍ବ ସଫଳତା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ, ପୁରୀରୁ ସମ୍ବିତ ପାତ୍ର, ବରଗଡରୁ ପ୍ରଦୀପ ପୁରୋହିତ ବିଜୟୀ ହୋଇଛନ୍ତି । ସେହିଭଳି ବଡ ଚେହେରା ଭାବେ ରାଜନାଥ ସିଂହ ବିଜୟୀ ହୋଇଛନ୍ତି ।

Exit mobile version