Site icon ଆଜିକାଲି

ଆଜି ସିଭିସିଙ୍କ ଭିଜିଲାନ୍ସ ସଚେତନତା ସପ୍ତାହ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

Umraha Gram: Prime Minister Narendra Modi addresses at the 98th anniversary celebrations of Sadguru Sadafaldeo Vihangam Yog Sansthan, at Swarved Mahamandir Dham in Umraha Gram, Uttar Pradesh on December 14, 2021. (Photo: PIB/IANS)

ନୂଆଦିଲ୍ଲୀ : ଆଜି କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି)ଙ୍କ ଭିଜିଲାନ୍ସ ସଚେତନତା ସପ୍ତାହ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସିଭିସିଙ୍କ ନୂତନ ‘ଅଭିଯୋଗ ପରିଚାଳନା ସିଷ୍ଟମ ପୋର୍ଟାଲ’ର ଶୁଭାରମ୍ଭ କରିବେ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ନାଗରିକମାନଙ୍କୁ ସେମାନଙ୍କର ଅଭିଯୋଗର ସ୍ଥିତି ଉପରେ ନିୟମିତ ଭାବେ ସୂଚନା ପ୍ରଦାନ ପାଇଁ ଏହି ଅଭିଯୋଗ ପରିଚାଳନା ସିଷ୍ଟମ ପୋର୍ଟାଲର ପରିକଳ୍ପନା କରାଯାଇଛି। ଏହାସହିତ ପ୍ରଧାନମନ୍ତ୍ରୀ ମୋଦୀ ଏଥିକ୍ସ ଓ ଗୁଡ୍ ପ୍ରାକ୍ଟିସ ଉପରେ ଏକ ପୁସ୍ତକ ମଧ୍ୟ ଉନ୍ମୋଚନ କରିବେ। ଜୀବନର ପ୍ରତିଟି କ୍ଷେତ୍ରରେ ସାଧୁତାର ବାର୍ତ୍ତା ପ୍ରଚାର କରିବା ପାଇଁ ସମସ୍ତ ହିତାଧିକାରୀଙ୍କୁ ଏକାଠି କରିବା ନିମନ୍ତେ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ପ୍ରତିବର୍ଷ ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ କରିଥାନ୍ତି ।

ଚଳିତ ବର୍ଷ ଅକ୍ଟୋବର ୩୧ରୁ ନଭେମ୍ବର ୬ ତାରିଖ ଯାଏଁ ଏହି ସଚେତନତା ସପ୍ତାହ ପାଳନ କରାଯିବ। ତେବେ ଏଥର ଏହି ସପ୍ତାହର ବିଷୟବସ୍ତୁ ‘ଏକ ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତିମୁକ୍ତ ଭାରତ’ ରହିଛି। ଏହି ବିଷୟବସ୍ତୁ ଉପରେ ସିଭିସିଙ୍କ ଦ୍ବାରା ଦେଶବ୍ୟାପୀ ପ୍ରବନ୍ଧ ପ୍ରତିଯୋଗିତା ପରିଚାଳିତ ହୋଇଛି। ଏହି ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ୫ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ପୁରସ୍କାର ପ୍ରଦାନ କରିବେ।

Exit mobile version