Site icon ଆଜିକାଲି

ଆଜି ସ୍ମାର୍ଟ ଇଣ୍ଡିଆ ହାକାଥନ ଉଦଯାପନୀ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ରାତି ୮ ଟାରେ ସ୍ମାର୍ଟ ଇଣ୍ଡିଆ ହାକାଥନ-୨୦୨୨ର ଭବ୍ୟ ଉଦଯାପନୀ ସମାରୋହକୁ ଭିସି ଯୋଗେ ସମ୍ବୋଧନ କରିବେ । ଯୁବ ମାନସ ମଧ୍ୟରେ ନବୋନ୍ମୋଷର ଉତ୍ସାହ ଜାଗ୍ରତ କରିବା ପ୍ରଧାନମନ୍ତ୍ରୀଙ୍କ ନିରବିଚ୍ଛିନ୍ନ ଉଦ୍ୟମ ଜାରି ରଖିଛନ୍ତି । ଏହାକୁ ଆଖି ଆଗରେ ରଖି ସ୍ମାର୍ଟ ଇଣ୍ଡିଆ ହାକାଥନ ୨୦୧୭ ମସିହାରେ ଆରମ୍ଭ କରାଯାଇଥିଲା । ଏସଆଇଏଚ ଦେଶବ୍ୟାପୀ କାର୍ଯ୍ୟକ୍ରମ କରିଥାଏ । ଯେଉଁଥିରେ ଛାତ୍ରଛାତ୍ରୀମାନେ ସମାଜ, ସଂଗଠନ ଓ ସରକାର ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସୁଯୋଗ ପାଇଥାନ୍ତି । ଏଗୁଡିକ ନବୋନ୍ମୋଷ ସଂସ୍କୃତିର ପରିଚାଳନା, ସମସ୍ୟା ସମାଧାନ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁସନ୍ଧାନ କୌଶଳ ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ।

ଏସଆଇଏଚର ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏସଆଇଏଚରେ ପଞ୍ଜୀକୃତ ହେଉଥିବା ଦଳଗୁଡିକର ଚାରିଗୁଣ ବୃଦ୍ଧି ଏହାର ପ୍ରମାଣ । ପ୍ରଥମ ସଂସ୍କରଣରେ ୭୫୦୦ ଦଳ ଭାଗ ନେଇଥିବାବେଳେ ଚଳିତ ପଞ୍ଚମ ସଂସ୍କରଣରେ ଏହା ୨୯ ହଜାର ୬୦୦କୁ ବୃଦ୍ଧି ପାଇଛି । ଏହି ବର୍ଷ ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଓ ସେମାନଙ୍କ ପୃଷ୍ଠପୋଷକ ୨୦୨୨ ଏସଆଇଏଚର ଭବ୍ୟ ସମାରୋହରେ ଯୋଗଦେବା ପାଇଁ ୭୫ଟି ଏହାର ମୁଖ୍ୟ କେନ୍ଦ୍ର ଗୁଡିକୁ ଗସ୍ତ କରିଛନ୍ତି । ୨୯୦୦ ବିଦ୍ୟାଳୟ ଓ ୨୨୦୦ ଉଚ୍ଚଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ ୫୩ଟି ମନ୍ତ୍ରଣାଳୟର ୪୭୬ଟି ବିଭିନ୍ନ ସମସ୍ୟାର ସମାଧାନ କରିବେ । ଏଥିରେ ମନ୍ଦିର ଗାତ୍ରରେ ଖୋଦେଇ ଶିଳାଲିପିର ଅପଟିକାଲ କ୍ୟାରେକ୍ଟର ରେକଗନିସନ(ଓସିଆର) ଓ ଦେବନାଗରୀ ଲିପିରେ ଅନୁବାଦ ଓ ନଷ୍ଟ ହୋଇଯାଉଥିବା ସାମଗ୍ରୀର ରକ୍ଷଣାବେକ୍ଷଣ ସୂତ୍ର, ପାହାଡ ଉପତ୍ୟକାର ଥ୍ରୀଡି ମଡେଲ ହାଇ ରିଜୋଲେସନ, ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ଭିତ୍ତିଭୂମି ଓ ରାସ୍ତା ଅବସ୍ଥା ଇତ୍ୟାଦି ଅନ୍ତର୍ଭୁକ୍ତ । ଚଳିତବର୍ଷ ସ୍ମାର୍ଟ ଇଣ୍ଡିଆ ହାକାଥନ-ଜୁନିୟର ମଧ୍ୟ ପ୍ରଦର୍ଶିତ ହୋଇଛି । ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବୋନ୍ମେଷ ସଂସ୍କୃତି ଓ ବିଦ୍ୟାଳୟ ସ୍ତରରେ ସମସ୍ୟା ସମାଧାନ ନେଇ ଦକ୍ଷ ହେବା ବା ଶିଖିବା ଏହାର ଉଦ୍ଦେଶ୍ୟ ରହିଛି ।

Exit mobile version