Site icon ଆଜିକାଲି

ଆଜି ସୁପ୍ରିମ୍‌କୋର୍ଟଠାରେ ଆୟୋଜିତ ସମ୍ବିଧାନ ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ

Umraha Gram: Prime Minister Narendra Modi addresses at the 98th anniversary celebrations of Sadguru Sadafaldeo Vihangam Yog Sansthan, at Swarved Mahamandir Dham in Umraha Gram, Uttar Pradesh on December 14, 2021. (Photo: PIB/IANS)

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ଶନିବାର ପୂର୍ବାହ୍ନ ୧୦ଟାବେଳେ ସୁପ୍ରିମ୍ କୋର୍ଟଠାରେ ଆୟୋଜିତ ସମ୍ବିଧାନ ଦିବସ ପାଳନ ସମାରୋହରେ ଯୋଗ ଦେବେ । ୨୦୧୫ ମସିହାଠାରୁ ଏହି ଦିନଟିକୁ ସମ୍ବିଧାନ ଦିବସରୂପେ ପାଳନ କରାଯାଇ ଆସୁଛି । ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ସମ୍ବିଧାନ ପ୍ରଣୟନ ସଭାରେ ଭାରତର ସମ୍ବିଧାନ ଗୃହିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀମୋଦୀ ଇ-କୋର୍ଟ କାର୍ଯ୍ୟକ୍ରମ ଅଧୀନରେ କେତେଗୁଡ଼ିଏ ନୂତନ ଉପକ୍ରମର ଶୁଭାରମ୍ଭ କରିବେ । ଏହି ପ୍ରକଳ୍ପ ବିବାଦୀୟ ପକ୍ଷ, ଆଇନଜୀବୀ ଏବଂ ବିଚାର ବିଭାଗକୁ ବିଚାରାଳୟର ଆଇସିଟି ସକ୍ଷମ ସେବା ଯୋଗାଇ ଦେବା ନିମନ୍ତେ ଉଦ୍ଦିଷ୍ଟ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଯେଉଁ ସବୁ ସେବାର ଶୁଭାରମ୍ଭ କରାଯିବାର ଅଛି ସେଥିମଧ୍ୟରେ ଭର୍ଚୁଆଲ୍ ନ୍ୟାୟିକ ଘଡ଼ି, ଜଷ୍ଟ ଆଇଏସ ମୋବାଇଲ୍ ଆପ୍ ୨-୦, ଡିଜିଟାଲ କୋର୍ଟ ଏବଂ ଏସ୩ୱସ୍ ୱେବ୍‌ସାଇଟ୍ ଆଦି ଅନ୍ତର୍ଭୁକ୍ତ ।

ଭର୍ଚୁଆଲ୍ କୋର୍ଟ ଘଡ଼ି ଏପରି ଏକ ଉପକ୍ରମ ଯାହା ବିଚାରାଳୟ ଗୁଡ଼ିକ ସ୍ତରରେ ନ୍ୟାୟ ପ୍ରଦାନ ବ୍ୟବସ୍ଥା ସମ୍ପର୍କୀତ ବିଭିନ୍ନ ପ୍ରକାର ଗୁରୁତ୍ୱପୂର୍ଣ୍ଣ ପରିସଂଖ୍ୟାନ ବିସ୍ତୃତ ଭାବେ ପ୍ରଦାନ କରିଥାଏ । ସେଥିରେ କେତେ ସଂଖ୍ୟକ ମାମଲା ବିଚାରାଧୀନ ରହିଛି, କେତେ ସଂଖ୍ୟକ ମାମଲାର ଫଇସଲା ହୋଇଛି ଏବଂ କେତେ ସଂଖ୍ୟକ ମାମଲା ପ୍ରତିଦିନ/ ସପ୍ତାହ/ ମାସ ଭିତ୍ତିରେ ବିଚାରାଳୟସ୍ତରରେ ଫଇସଲା ପାଇଁ ପଡ଼ି ରହିଛି ତାହାର ବିସ୍ତୃତ ସୂଚନା ଦେଇଥାଏ । ବିଚାରାଳୟ ଗୁଡ଼ିକ କାର୍ଯ୍ୟଦକ୍ଷତା ଦୃଷ୍ଟିରୁ କିପରି ଭାବେ ଉତରଦାୟୀ ଏବଂ ସ୍ୱଚ୍ଛ ଭାବେ ସେମାନଙ୍କର କାର୍ଯ୍ୟ କରୁଛନ୍ତି ଏବଂ ବିଭିନ୍ନ ବିଚାରାଳୟରେ ମାମଲାଗୁଡ଼ିକ ଫଇସଲା ହେବା ନିମନ୍ତେ କେଉଁ ପର୍ଯ୍ୟାୟରେ ରହିଛି ତାହାର ବିସ୍ତୃତ ସୂଚନା ଜନସାଧାରଣଙ୍କୁ ସୂଚାଇଥାଏ । ଜିଲ୍ଲା ନ୍ୟାୟାଳୟର ଯେକୌଣସି ବିଚାରାଳୟର ଜନସାଧାରଣ ଭର୍ଚୁଆଲ୍ ନ୍ୟାୟ ଘଡ଼ି ୱେବ୍‌ସାଇଟ୍ କୁ ଯାଇ ଜନସାଧାରଣ ଏହି ସବୁ ସୂଚନା ପ୍ରାପ୍ତ ହୋଇପାରିବେ ।

ଜଷ୍ଟଆଇଏସ ମୋବାଇଲ୍ ଆପ୍ ୨.୦ ଏଭଳି ଏକ ସୂଚନା ସାଧନ ଯାହା ନ୍ୟାୟିକ ଅଧିକାରୀମାନଙ୍କ ନିମନ୍ତେ ଉପଲବ୍ଧ ଏବଂ ତାହା ମାଧ୍ୟମରେ ସଫଳତାର ସହିତ ସେମାନେ ବିଚାରାଳୟ ଏବଂ ମାମଲାର ପରିଚାଳନା କରିପାରିବେ । କେବଳ ନିଜ ବିଚାରାଳୟର ନୁହେଁ ବରଂ ବ୍ୟକ୍ତିଗତ ଭାବେ ସମସ୍ତ ବିଚାରପତି ଯେଉଁମାନେ କି ସେମାନଙ୍କ ଅଧୀନରେ ଥିବେ ସେମାନଙ୍କ କୋର୍ଟରେ ବିଚାର ପାଇଁ ପଡ଼ି ରହିଥିବା ମାମଲା ଏବଂ ସେସବୁର ଫଇସଲା ସମ୍ପର୍କୀତ ସୂଚନା ସହଜରେ ପାଇପାରିବେ । ଏହି ଆପ୍ ହାଇକୋର୍ଟ ଏବଂ ସୁପ୍ରିମ୍‌କୋର୍ଟର ବିଚାରପତିମାନଙ୍କ ପାଇଁ ଉପଲବ୍ଧ ଯେଉଁମାନେ ବର୍ତମାନ ସେମାନଙ୍କ କାର୍ଯ୍ୟ ପରିସର ଅଧୀନରେ ଥିବା ସମସ୍ତ ରାଜ୍ୟ ଏବଂ ଜିଲ୍ଲା ନ୍ୟାୟାଳୟ ମାନଙ୍କରେ ବକେୟା ମାମଲାକୁ ଅନୁଧ୍ୟାନ କରିପାରିବେ । ଡିଜିଟାଲ କୋର୍ଟ ଆଉ ଏକ ପ୍ରୟାସ ଯାହା କୋର୍ଟର ରେକର୍ଡକୁ ଡିଜିଟାଇଜ୍ ରୂପରେ ବିଚାରପତି ମାନଙ୍କ ପାଇଁ ଉପଲବ୍ଧ କରାଇଥାଏ ଏବଂ ଏହା କାଗଜ ହୀନ କୋର୍ଟ ବ୍ୟବସ୍ଥାକୁ ରୂପାନ୍ତରଣର ଏକ ପର୍ଯ୍ୟାୟ ।

ସେହିଭଳି ଏସ୩ୱାସ୍ ୱେବ୍‌ସାଇଟ୍ ଏଭଳି ଏକ ଢାଞ୍ଚା ଯାହା ଜିଲ୍ଲା ନ୍ୟାୟିକ ବ୍ୟବସ୍ଥା ସମ୍ପର୍କୀତ ନିର୍ଦ୍ଦିଷ୍ଟ ସୂଚନା ଓ ସେବାର ପ୍ରକାଶନ ନିମନ୍ତେ ୱେବ୍‌ସାଇଟ୍ ସୃଷ୍ଟି କରିବା, ଏହାର ମୁତୟନ ଏବଂ ପରିଚାଳନା କରିଥାଏ । ଏସ୩ୱାସ୍ ୱେବ୍‌ସାଇଟ୍ ଏକ କ୍ଲାଉଡ୍ ସେବା ଯାହା ସରକାରୀ ସଂସ୍ଥାମାନଙ୍କ ନିମନ୍ତେ ନିରାପଦ, ଆକଳନକ୍ଷମ ଏବଂ ସୁଗମ୍ୟ (ଉପଲବ୍ଧ) ୱେବ୍‌ସାଇଟ୍‌ର ବିକାଶ ଘଟାଇଥାଏ । ଏହା ବହୁଭାଷିକ, ନାଗରିକ ତଥା ଦିବ୍ୟାଙ୍ଗ ଅନୁକୂଳ ।

Exit mobile version