Site icon ଆଜିକାଲି

ଆଜି ୧୦୦ ୱାଟ୍‌ ର ୯୧ ଏଫଏମ ଟ୍ରାନ୍ସମିଟରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ରେଡିଓ ସଂଚାରକୁ ଆହୁରି ମଜଭୁତ କରିବାକୁ ୧୦୦ ୱାଟ୍‌ର ୯୧ ଏଫ୍‌ଏମ୍‌ ଟ୍ରାନ୍ସମିଟର ଭାର୍ଚୁଆଲୀ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ଏହି ଉଦ୍‌ଘାଟନୀ କାର୍ଯ୍ୟ ରହିଥିବା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏନେଇ ପିଏମ୍‌ଓ ପକ୍ଷରୁ କୁହାଯାଇଛି ଯେ, ଦେଶରେ ଏଫ୍‌ଏମ୍ ସଂଯୋଗକୁ ବଢ଼ାଇବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ଦେଶରେ ୧୮ ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳର ୮୪ ଜିଲ୍ଲାରେ ୧୦୦ ୱାଟ୍‌ର ୯୧ଟି ନୂଆ ଏଫ୍‌ଏମ୍‌ ଟ୍ରାନ୍ସମିଟର ଲଗାଯିବ। ବିଶେଷ କରି ବର୍ଡର ଏରିଆରେ କନେକ୍ଟିଭିଟି ବଢ଼ାଇବା ହେଉଛି ଏହାର ମୂଳ ଉଦ୍ଦେଶ୍ୟ ବୋଲି ପିଏମୋ କହିଛି। ସେହିପରି ଯେଉଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ କଭର ହେବେ ସେଗୁଡ଼ିକ ମଧ୍ୟରୁ ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ, ମେଘାଳୟ, ନାଗାଲାଣ୍ଡ, ହରିଆଣା, ରାଜସ୍ଥାନ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଅନ୍ଧ୍ର ପ୍ରଦେଶ, କେରଳ, ତେଲେଙ୍ଗାନା, ଛତିଶଗଡ଼, ଗୁଜରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଲଦାଖ ଓ ଆଣ୍ଡାମାନ ନିକୋବାର ଦ୍ୱୀପ। ଏୟାର ଏଫ୍‌ଏମ୍‌ ସର୍ଭିସ୍‌ର ବିସ୍ତାର ହେବା ଦ୍ୱାରା ଅତିରିକ୍ତ ୨ କୋଟି ଲୋକ ଉପକୃତ ହେବେ। ୩୫ ହଜାର କିମି ପରିଧିରେ ରେଡିଓ କନେକ୍ଟିଭିଟି କଭର ହେବ ବୋଲି ପିଏମ୍‌ଓ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Exit mobile version