Site icon ଆଜିକାଲି

ଆଜି ବିଶ୍ୱ ଡେୟାରୀ ସମ୍ମେଳନ ୨୦୨୨ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

Umraha Gram: Prime Minister Narendra Modi addresses at the 98th anniversary celebrations of Sadguru Sadafaldeo Vihangam Yog Sansthan, at Swarved Mahamandir Dham in Umraha Gram, Uttar Pradesh on December 14, 2021. (Photo: PIB/IANS)

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇଣ୍ଡିଆ ଏକ୍ସପୋ ସେଣ୍ଟର ଓ ମାର୍ଟ, ଗ୍ରେଟର ନଏଡା ଠାରେ ଆୟୋଜିତ ଆନ୍ତର୍ଜାତିକ ଡେୟାରୀ ମହାସଂଘ ବିଶ୍ୱ ଡେୟାରୀ ସମ୍ମେଳନ (ଆଇଡିଏଫ ଡବ୍ଲୁଡିଏସ) ୨୦୨୨ ଉଦଘାଟନ କରିବେ ।

ସେପ୍ଟେମ୍ବର ୧୨ରୁ ୧୫ ପର୍ଯ୍ୟନ୍ତ ଚାରି ଦିନ ଧରି ଆୟୋଜିତ ହେବାକୁ ଥିବା ଆଇଡିଏଫ ଡବ୍ଲୁଡିଏସ ୨୦୨୨ରେ ବିଶ୍ୱ ଓ ଭାରତୀୟ ଡେୟାରୀ ଅଂଶୀଦାର ଯେମିତିକି ଉଦ୍ୟୋଗୀ, ବିଶେଷଜ୍ଞ, ଚାଷୀ, ନୀତି ପ୍ରସ୍ତୁତକାରୀ ଭାଗ ନେବେ । “ପୋଷଣ ଓ ଜୀବନଜୀବିକା ପାଇଁ ଡେୟାରୀ” ଏହି ସମ୍ମେଳନର ବିଷୟବସ୍ତୁ । ଆଇଡିଏଫ ଡବ୍ଲୁଡିଏସ ୨୦୨୨ରେ ୫୦ଟି ଦେଶର ପ୍ରାୟ ପ୍ରାୟ ୧୫୦୦ ପ୍ରତିଯୋଗୀ ଭାଗ ନେବେ । ଏହିପରି ସମ୍ମେଳନ ଭାରତରେ ପ୍ରାୟ ଅର୍ଦ୍ଧଶତାବ୍ଦୀ ପୂର୍ବରୁ ୧୯୭୪ରେ ଆୟୋଜିତ ହୋଇଥିଲା ।

କ୍ଷୁଦ୍ର ଓ ନାମମାତ୍ର ଡେୟାରୀ ଚାଷୀ ତଥା ମହିଳାଙ୍କୁ ସଶକ୍ତ କରୁଥିବା ଭାରତୀୟ ଡେୟାରୀ ଶିଳ୍ପର ବିଶେଷତ୍ୱ ହେଲା ଏହା ସମବାୟ ମଡେଲ ଉପରେ ଆଧାରିତ । ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିଭଙ୍ଗୀ ଦ୍ୱାରା ପ୍ରେରିତ ହୋଇ ସରକାର ଡେୟାରୀ କ୍ଷେତ୍ରର ବିକାଶ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ଯାହାର ଫଳସ୍ୱରୂପ ବିଗତ ଆଠ ବର୍ଷରେ ଦୁଗ୍ଧ ଉତ୍ପାଦନରେ ୪୪ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି । ବିଶ୍ୱ ଦୁଗ୍ଧ ଉତ୍ପାଦନର ୨୩ ପ୍ରତିଶତ ତଥା ବର୍ଷକୁ ୨୧୦ ମିଲିୟନ ଟନ ଦୁଗ୍ଧ ଉତ୍ପାଦନ କରି ୮ କୋଟିରୁ ଅଧିକ ଡେୟାରୀ ଚାଷୀଙ୍କୁ ସଶକ୍ତ କରିଥିବା ଭାରତୀୟ ଡେୟାରୀ ଶିଳ୍ପର ସଫଳତାର କାହାଣୀ ଆଇଡିଏଫ ଡବ୍ଲୁଡିଏସ ୨୦୨୨ରେ ପ୍ରଦର୍ଶିତ ହେବ । ଏହି ସମ୍ମେଳନ ମାଧ୍ୟମରେ ଭାରତୀୟ ଡେୟାରୀ ଚାଷୀମାନେ ବିଶ୍ୱ ଡେୟାରୀ ଶିଳ୍ପର ସର୍ବୋତ୍ତମ ପ୍ରଥା ସମ୍ପର୍କରେ ଜାଣିପାରିବେ ।

Exit mobile version