Site icon ଆଜିକାଲି

ଆଜି କର୍ଣ୍ଣାଟକରେ ବିଭିନ୍ନ ଯୋଜନାର ଲୋକାର୍ପଣ ଓ ଶିଳନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି କର୍ଣ୍ଣାଟକ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାୟ ୧୬ ହଜାର କୋଟି ଟଙ୍କାର ବିଭିନ୍ନ ଯୋଜନାର ହେବ ଲୋକାର୍ପଣ ଓ ଶିଳନ୍ୟାସ । ହୁବଲି-ଧାରବାଡ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ନିର୍ବାଚନ ମଣ୍ଡଳୀରେ ସେ ବିଶ୍ବର ଦୀର୍ଘତମ ରେଳ ପ୍ଲାଟଫର୍ମକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ନିକଟରେ ଏହାକୁ ଗିନିଜ୍ ବୁକ୍ ଅଫ୍ ଓ୍ୱାର୍ଲଡ ରେକର୍ଡରେ ସ୍ଥାନ ମିଳିଛି । ପ୍ରାୟ ୨୦ କୋଟି ଟଙ୍କା ବ୍ୟୟରେ ୧୫୦୭ ମିଟର ଲମ୍ବର ଏହି ପ୍ଲାଟଫର୍ମ ନିର୍ମାଣ କରାଯାଇଛି ।

Exit mobile version