Site icon ଆଜିକାଲି

ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀଙ୍କ ମଧ୍ୟପ୍ରଦେଶ ଗସ୍ତ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୭ ତାରିଖ ଦିନ ମଧ୍ୟପ୍ରଦେଶ ଗସ୍ତରେ ଯିବେ । ପୂର୍ବାହ୍ନ ପ୍ରାୟ ୧୦ଟା ୪୫ ମିନିଟ ବେଳେ ପ୍ରଧାନମନ୍ତ୍ରୀ ଚିତାକୁ କୁନୋ ଜାତୀୟ ଉଦ୍ୟାନ ଭିତରକୁ ଛାଡିବେ । ତା ପରେ ପାଖାପାଖି ମଧ୍ୟାହ୍ନ ବାରଟା ବେଳକୁ ସେ ସ୍ୱୟଂସହାୟକ ଗୋଷ୍ଠୀ ସମ୍ମିଳନୀରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ଓ ଗୋଷ୍ଠୀ ପ୍ରତିନିଧି ମାନଙ୍କ ସହିତ କରହଲ, ସେଓପୁରଠାରେ ଯୋଗଦେବେ ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କୁନୋ ଜାତୀୟ ଉଦ୍ୟାନକୁ ହିଂସ୍ର ଚିତା ଛଡାଯିବା ଭାରତୀୟ ହିଂସ୍ରପ୍ରାଣୀ ଓ ସେମାନଙ୍କ ବସତିକୁ ସଶକ୍ତ କରିବା ଦିଗରେ ଏକ ଉଦ୍ୟମ । ୧୯୫୨ ମସିହାରେ ଭାରତକୁ ଚିତା ଲୋପ ପାଇଯାଇଥିବା ଘୋଷଣା କରାଯାଇଥିଲା । ଛଡାଯିବାକୁ ଥିବା ଚିତାଗୁଡିକୁ ଚଳିତ ବର୍ଷ ପ୍ରାରମ୍ଭରେ ସ୍ୱାକ୍ଷରିତ ଏକ ବୁଝାମଣାପତ୍ର ଆଧାରରେ ନାମ୍ବିଆରୁ ଅଣାଯାଇଛି । ଚିତା ପ୍ରକଳ୍ପ ଅଧୀନରେ ଭାରତରେ ଚିତାଙ୍କୁ ପୁଣି ଛଡାଯାଉଛି । ଏହା ବିଶ୍ୱର ପ୍ରଥମ ଆନ୍ତଃ ମହାଦେଶୀୟ ହିଂସ୍ର ମାଂସାସୀ ପ୍ରାଣୀ ସ୍ଥାନାନ୍ତରଣ ପ୍ରକଳ୍ପ । ଚିତା ଛଡାଯିବା ଦ୍ୱାରା ଏହା ଭାରତର ଉନ୍ମୁକ୍ତ ଜଙ୍ଗଲ ଓ ତୃଣଭୂମି ବାତାବରଣ ପୁନରୁଦ୍ଧାରରେ ସହାୟକ ହେବ । ଏହା ଜୈବ ବିବିଧତାର ସଂରକ୍ଷଣ କରିବା ସହ ବାତାବରଣରେ ଜଳ ସୁରକ୍ଷା, ଅଙ୍ଗାରକାମ୍ଳ ବର୍ଜନ ଓ ମାଟିର ଆର୍ଦ୍ରତା ସଂରକ୍ଷଣ କରି ସମାଜ ପାଇଁ ହିତକାରକ ହେବ । ବନ୍ୟାପ୍ରାଣୀ ସଂରକ୍ଷଣ ସହ ପରିବେଶ ସୁରକ୍ଷା ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ଯୋଗୁଁ ସ୍ଥାନୀୟ ଜନସାଧାଣଙ୍କ ପରିବେଶ ପର୍ଯ୍ୟଟନ କାର୍ଯ୍ୟକଳାପ ବୃଦ୍ଧି ଓ ଜୀବିକାର୍ଜନ ସୁଯୋଗ ମଧ୍ୟ ବୃଦ୍ଧି ପାଇବ ।

ସେଓପୁର, କରହଲଠାରେ ଆୟୋଜିତ ହେଉଥିବା ଏସଏଚଜି ସମ୍ମେଳନୀରେ ମଧ୍ୟ ପ୍ରଧାନମନ୍ତ୍ରୀ ଯୋଗଦେବ । ଏଥିରେ ସହସ୍ରାଧିକ ସ୍ୱୟଂସହାୟକ ଗୋଷ୍ଠୀ ମହିଳା ସଦସ୍ୟ ଗୋଷ୍ଠୀ ବ୍ୟକ୍ତିବିଶେଷ ଯୋଗ ଦେଇଛନ୍ତି । ଏହି ସମ୍ମେଳନୀରେ ଦୀନଦୟାଲ ଅନ୍ତୋଦୟ ଯୋଜନା-ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ କାର୍ଯ୍ୟରତ ଏସଏଚଜି ସଦସ୍ୟ ଯୋଗଦାନ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମଧ୍ୟ ଚାରିଟି ଦୁର୍ବଳ ଜନଜାତି ଗୋଷ୍ଠୀଙ୍କ କୌଶଳ କେନ୍ଦ୍ର ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅଧୀନରେ ଉଦଘାଟନ କରିବେ । ଡିଏୱାଇ-ଏନଆରଏଲଏମ ଗ୍ରାମୀଣ ଗରୀବ ପରିବାରଗୁଡିକ ଏସଏଚଜି ପର୍ଯ୍ୟାୟକ୍ରମେ ନେଇ ସେମାନଙ୍କ ଜୀବିକାର ବିକେନ୍ଦ୍ରୀକରଣ ଦ୍ୱାରା ସେମାନଙ୍କ ଆୟ ଓ ଜୀବନଧାରଣ ମାନ ବୃଦ୍ଧିରେ ସାହାଯ୍ୟ କରିଥାଏ । ଏହି ଅଭିଯାନ ଜରିଆରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ ମଧ୍ୟ ସଶକ୍ତ ହୋଇଥାନ୍ତି । ଘରୋଇ ହିଂସା, ମହିଳା ଶିକ୍ଷା ଓ ଅନ୍ୟାନ୍ୟ ଲିଙ୍ଗଗତ ବୈଷମ୍ୟ, ପୌଷ୍ଟିକତା, ପରିମଳ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସଚେତନତା ଓ ବ୍ୟାବହାରିକ ପ୍ରୟୋଗ ଦ୍ୱାରା ଏହି ସଶକ୍ତିକରଣ ସମ୍ଭବ ହୋଇଥାଏ ।

Exit mobile version